Odiapua.com

ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ୨୩ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁୁ ଜାରି

ମାଲକାନଗିରି,୨୨ା୩ (ଓଡିଆ ପୁଅ )ପୁଣି କରୋନା ମହାମାରି ଲେଉଟିଥିବାରୁ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନପକ୍ଷରୁ ୨୩ତାରିଖ ଠାରୁ ୩୧ତାରିଖ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁକରାଯାଇଛି । ଏହା ରାତ୍ର୯ଟା ଠାରୁ ଆରମ୍ଭ ହୋଇ ସକାଳ ୬ଟା ପର୍ଯ୍ୟନ୍ତ ବଳବତର ରହିବ । କର୍ଫ୍ୟୁ ସମୟରେ କେହି ଘରୁ ବାହକୁ ଯିବେ ନାହିଁକି କୌଣସି ଯାନବାହନ ଚଳା କରିବନାହିଁ ,ଦୋକାନବଜାର ଗୁଡିକ ବନ୍ଦରହିବ ।କେବଳ ଜରୁରୀ ସମୟରେ ହସପିଟାଲ କୁ ଆମ୍ବୁଲାନ୍ସ ଗୁରୁତର ରୋଗିଙ୍କୁ ନେଇ ଯାଇପାରିବ । ଏହା ବ୍ୟତିତ ବଡ ଯାତ୍ରା ଓ ହୋଲି ଉତ୍ସବରେ କୋଭିଡ ନିୟମକୁ ବଳବତର ରଖାଯାଇଛି । ୨୮ ଓ ୨୯ ତାରିଖରେ ଦୁଇଦିନ ହୋଲି ଉତ୍ସବ ସାଧାରଣ ସ୍ଥାନରେ ପାଳନ କରା ଯିବ ନାହିଁ, ନିଜ ନିଜ ଘରେ ହୋଲି ଉତ୍ସବପାଳି ପାରିବେ ,କେବଳ ଦୋଳ ମେଲଣରେ ମାତ୍ର ୫୦ଣ ଭକ୍ତ କୋଭିଡ ନିୟମପାଳନ କରି ମାସ୍କପରିଧାନ ସହ ସାମାଜିକ ଦୂରତା ଅବଲମ୍ବନକରି ଠାକୁରଙ୍କ ବିମାନ ଯାତ୍ରାରେ ଯାଇପାରିବେ । ଜିଲ୍ଲାର ଗଣପବ ର୍ ବଡଯାତ୍ରା ଆରମ୍ଭ ହୋଇ ଯାଇଥିବାରୁ ଏହି ପବ ର୍ରେ ଲକ୍ଷାଧିକ ଭକ୍ତଙ୍କ ଜନସମାଗମ ହୋଇଥାଏ, ଚଳିତ ବର୍ଷ କରୋନା କଟକଣା ପାଇଁ କେବଳ ବଡଯାତ୍ରା ରେ ମାତ୍ର ୨୦୦ଜଣ ଙ୍କୁ ନେଇ ଠାକୁରଙ୍କ ବିମାନ ଯାତ୍ରା ଓ ଉତ୍ସବ ପାଳିତ ହେବ । ସମସ୍ତ ପୁଜାରୀ,ଦିଶାରୀ,ଭକ୍ତ ମାନେ ମାସ୍କ ପରିଧାନସହିତ ୬ଫୁଟ ସାମଜିକ ଦୂରତା ଅବଲମ୍ବନ କରିବେ,ବଡ ଯାତ୍ରା ସମୟରେ କୌଣସି ମିନାବଜାର, ରାମଦୋଳି,ସର୍କସ,ଯାତ୍ରା, ଦେସିଆ ନାଟ,ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାନାହିଁ କି କୌଣସି ଉଠା ଦୋକାନବଜାର ପଡିବ ନାହିଁ, କେବଳ ସ୍ଥାୟୀ ଦୋକାନବଜାର ଗୁଡିକ ଖୋଲା ଯିବ ବୋଲି ଏକ ପ୍ରେସ ନୋଟ ମାଧ୍ୟମରେ ଜିଲ୍ଲାପାଳ ଡ.ୟେଦୁଲା ବିଜୟ ଜଲସାଧାରଣ ଙ୍କୁ ସୁଚନା ଦେଇଛନ୍ତି । ବଡ ଯାତ୍ରା ସମୟରେ ପୁଜାରୀ ,ଦିଶାରୀ ଓ ଭକ୍ତଙ୍କ ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବା ବାଳେ ଶାନ୍ତି ଶୃଙ୍ଖଳାପ୍ରତିଷ୍ଟା ପାଇଁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡିକରିବା ପାଇଁ ଏସପିଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।