Odiapua.com

ମାଲକାନଗିରି ଜିଲ୍ଲା ପୁଲିସକୁ ସଫଳତା, ୩ ଆନ୍ତ ରାଜ୍ୟ ଗଞ୍ଜେଇ ମାଫିଆ ଗିରଫ, ଟ୍ରକ, ବଲେରୋ ଗାଡ଼ି ସହ ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି, ୯ା୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଗଞ୍ଜେଇ ଚାଷ ଓ ଚୋରା ଚାଲାଣର ଭୁସ୍ୱର୍ଗ ପାଲଟିଥିବା ବେଳେ ମାଲକାନଗିରି ଜିଲ୍ଲା ପୁଲିସକୁ ଆଜି ଏକ ବଡ ଧରଣର ସଫଳତା ମିଳିଛି। ଜିଲ୍ଲାର ୩ଟି ସ୍ଥାନରେ ଚଢାଉ କରାଯାଇ ୩ ଜଣ ଆନ୍ତରାଜ୍ୟ ଚୋରା ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାସହ ତାଙ୍କ ନିକଟରୁ ୧୧ କୁଇଂଟାଲ ଗଞ୍ଜେଇ, ଟ୍ରକ, ବୋଲେରୁ ଗାଡି ଜବତ କରାଯାଇଛି। ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜଗମୋହନ ମୀନା ଏହି ଗଞ୍ଜେଇ ମାଫିଆଙ୍କୁ ପ୍ରଦର୍ଶନ କରି ତାଙ୍କର ଚୋରା ଗଞ୍ଜେଇ ବେପାର ସଂପର୍କରେ ସୂଚନା ଦେଇଥିଲେ। ମୁଦୁଲିପଡା ଥାନା ଇନିସପେକ୍ଟର ଜୁଗଳ କିଶୋର ସବରଙ୍କ ନେତୃତ୍ୱରେ ପୁଲିସ ସଦଳବଳ ଖଇରପୁଟ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ ୧୪ଚକିଆ ଟ୍ରକ ଦୃତଗତିରେ ସେହି ରାସ୍ତାରେ ପଳାଇ ଯାଉଥିବାର ଦେଖି ପୁଲିସ ସେହି ଟ୍ରକ କୁ ଗୋଡାଇ ଅଟକାଇ ଥିଲେ, ପୁଲିସଙ୍କୁ ଦେଖି ସେଥିରେ ବସିଥିବା କିଛି ଲୋକ ଓହ୍ଲାଇ ଜଙ୍ଗଲକୁ ଦୌଡି ପଳାଇବାକୁ ଚେଷ୍ଟାକରିଥିଲେ, ପୁଲିସ ସେମାନଙ୍କୁ ଗୋଡାଇ ଧରିଥିଲେ। ଟ୍ରକଟିକୁ ଖାନତଲାସି କରିବାରୁ ଉକ୍ତ ଗାଡି ରେ ପିଆଜ ବୋଝେଇ ହୋଇରହିଥିଲା। ପିଆଜ ବସ୍ତାଗୁଡିକ ମଧ୍ୟରେ ବଡ ବଡ ପ୍ଲାଷ୍ଟିକ ବସ୍ତା ରେ ଗଞ୍ଜେଇ ପ୍ୟାକେଟ ଲୁଚାଇ ରଖାଯାଇଥିଲା। ଖଇରପୁଟ ମୁଦୁଲିପଡା ଥାନାରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ପୁଲିସ ଉକ୍ତ ଗଞ୍ଜେଇ ପ୍ୟାକେଟ ଗୁଡିକୁ ଖୋଲି ଓଜନ କରିଥିଲେ, ସେଥିରୁ ମିଳିଥିବା ୮୧୫ କେଜି ୨୦୦ ଗ୍ରାମ ଓଜନର ଉନ୍ନତମାନର ଗଞ୍ଜେଇ ଯହାର କି ବଜାର ମୂଲ୍ୟ ପ୍ରାୟ ୪୦ଲକ୍ଷ ୭୫ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ହୋଇଥିବା ଅନୁଗୁଳୁ ଜିଲ୍ଲା ଲୁଛାମୁଣ୍ଡା ଗ୍ରାମର ଦୀପକକୁମାର ସାହୁ(୩୨) ଓ ପେରାଗୁଡା ଗ୍ରାମର ବିଶ୍ୱଜିତ ସାହୁ (୨୩), ଏମାନେ ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ବୋଝେଇ ଗାଡିଟିକୁ ରାଇପୁରକୁ ନେଇଯାଉଥିଲେ, ଏହି ଗଞ୍ଜେଇର ମାଲିକ କିଏ ପୁଲିସଙ୍କୁ ସଠିକ ସେମାନେ ଜଣାଇ ନାହିଁନ୍ତି, ମୁଦୁଲିପଡା ଥାନା ପୁଲିସ ଏ ସଂପର୍କରେ ଏକ କେସ ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି। ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଠିକ ସେହିପରି ଓରକେଲ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ସୁନାନଗର ଘାଟି ନିକଟରେ ଏକ ବୋଲେରୁ ଗାଡି ଦୃତ ଗତିରେ ପଳାଇବାର ଦେଖି ପୁଲିସ ସେହି ଗାଡିକୁ ଗୋଡାଇଥିଲୋ ଗାଡି ଚାଳକ କିଛି ବାଟ ଯାଇ ଗାଡି ଅଟକାଇ ଅନ୍ଧାରରେ ଘଞ୍ଚ ଜଙ୍ଗଲରେ ଲୁଚିପଳାଇଥିଲେ। ପୁଲିସ ସେହି ଗାଡିକୁ ଖନତଲାସି କରିବାରୁ ସେଥିରୁ ୮ଟି ପ୍ଲାଷ୍ଟିକ ବ୍ୟାଗରେ ୧୮୮ କେଜି ୪୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ପୁଲିସ ସେହି ଗାଡିସହ ଗଞ୍ଜେଇ ଜବତ କରି ଥାନାକୁ ନେଇ ତଦନ୍ତ ଚଳାଇଛନ୍ତି। ଅନୁରୁପ ମାଥିଲି ଥାନାପୁଲିସ ଦୋରାଗୁଡା କଉଡିଗୁଡା ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ବ୍ୟକ୍ତି ଏକ କାଉଡିରେ (ଭାର) କିଛି ସମାଗ୍ରୀ ନେଇ ଯାଉଥିବାର ଦେଖିଥେଲ. ପୁଲିସକୁ ଦେଖି ସେ ଦୌଡିବାକୁ ଲାଗଲା ପୁଲିସ ଗୋଡାଇ ତାଙ୍କୁ ଧରି ଖନତଲାସି କରିବାରୁ କାଉଡିରେ ବସ୍ତାରେ ୬୬କେଜି୫୦ ଗ୍ରମ ଗଞ୍ଜେଇ ଥିବାର ଦେଖିବାକୁ ପାଇଥିଲେ। ସେବ୍ୟକ୍ତି କୁ ଗିରଫ କରି ଥାନାକୁ ଆଣି ପଚରା ଉଚରା କରିବାରୁ ଜଣାପଡିଥିଲା ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲା ନାଗନାର ମାଦାପାଲି ଗ୍ରାମର ନାନୁରାମଦାସ(୪୫) ସେ ମାଥିଲି ଅଞ୍ଚଳରୁ ଗଞ୍ଜେଇ ନେଇ ଛତିଶଗଡ ବସ୍ତରକୁ ଯାଉଥିବାର ଜଣାପଡିଛି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଚୋରାଗଞ୍ଜେଇ ବେପାରି ଙ୍କ ଭୁସ୍ୱର୍ଗ ପାଲଟିଛି। ଚିତ୍ରକୋଣ୍ଡା, ମାଥିଲି, କାଲିମେଳା, ଖଇରପୁଟ, ମାଲକାନଗିରି ଥାନା ସ୍ଥ ଦୁର୍ଗମ ମାଓପ୍ରବଣ ଅଞ୍ଚଳରେ ଶତାଧିକ ହେକ୍ଟର ଜମିରେ ଚୋରାଗଞ୍ଜେଇ ଚାଷ ହୋଇଥାଏ, ଏହି ସବୁଅଞ୍ଚଳ ମାଓପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅବକାରୀ ବିଭାଗ ଓ ପୁଲିସ ସେଠାରେ ପହଁଚିବା କଷ୍ଟକର ହୋଇପଡିଥାଏ, ଏହାରି ସୁଯୋଗରେ ଚୋରାଗଞ୍ଜେଇ ମାଫିଆମାନେ ଖୋଲମ ଖୋଲା ଭାବେ ଅନ୍ୟରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ କରି ବେସ ଲାଭବାନ ହୋଇଥାନ୍ତି।