Odiapua.com

ମାଲକାନଗିରି ଜିଲ୍ଲାକୁ ଲେଉଟିଲା କରୋନା,ଗୋଟିଏ ଦିନରେ ୨ ପଜିଟିଭି ଚିହ୍ନଟ

ମାଲକାନଗିରି,୩ା ୪(ଓଡିଆ ପୁଅ ) ଅନେକ ଦିନପରେ ଜିଲ୍ଲାକୁ ପୁଣି ଲେଉଟିଛି କରୋନା ସଂକ୍ରମଣ,ଦ୍ୱିତୀୟ ଲହରରେ ନୂଆ କରି ମାଲକାନଗିରି ଜିଲ୍ଲାରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ଜଣେ କାଲିମେଳା ବ୍ଲକ ଅଚଂଳର ହୋଇଛଥିବା ବେଳେ ଅନ୍ୟଜଣେ ପିଡଆ ବ୍ଲକସ୍ଥ କାଲଦାପାଲି ଅଚଂଳର, ଏହି ଦୁଇଜଣଙ୍କର ସାଧାରଣ ଜ୍ୱର ଲ କ୍ଷଣ ଥିବାରୁ ସେମାନେ ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ , ସେଠାରେ ତାଙ୍କର ପରୀକ୍ଷାରୁ କରୋନା ପଜିଟିଭ ଚିହ୍ନଟ ହୋଇଛି । ଆଜିର ଚିହ୍ନଟ ୨ ଜଣ ଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୪୮ ରେ ପହଁଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୨୨୧ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ଇତି ମଧ୍ୟରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଆଜିର ଚିହ୍ନଟ ୨ଜଣ କରୋନା ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଚାଲିଛି । କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳ ସହ ଅନ୍ୟାନ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନଓ୍ୟାର୍ଡି କର୍ମୀ ମାନେ ଘରଘର ବୁଲି ରୋଗ ଲକ୍ଷଣର ବିବରଣୀ ସଂଗ୍ରହ କରୁଛନ୍ତି । କରୋନାର ଦ୍ୱିତୀୟ ଲହରୀ ଲେଉଠିଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କୋଭିଡ ନିୟମ ପାଳନ କରିବା ସହ ମାସ୍କପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଆଦି କରୋନା କଟକଣା ସଂପର୍କରେ ଜନ ସଚେତନତାର ବାର୍ତାଦେବା ସହ ଦୋକାନ ବଜାର ସମ୍ମୁଖରେ ନାଲି ରିବନ ଫିତା ବାନ୍ଧି ଗ୍ରାହକ ମାନଙ୍କ ସାମଜିକଦୂରତା ଅବଲମ୍ବନ କରିବା ପାଇଁ ସତର୍କ କରିଛନ୍ତି ।