Odiapua.com

ମାଲକାନଗିରି ଜିଲ୍ଲାଅବକାରୀ ବିଭାଗପକ୍ଷରୁ ବେଆଇନ ଗଜେଂଇ ଚାଷ ଉପରେ ଚଢାଉ,୧୦କୋଟି ଟଙ୍କାର ଗଜେଂଇ ଗଛ ପୋଡାଗଲା

ମାଲକାନଗିରି,୨୮ା୧୧(ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ,ଏସପି ଜଗମୋହନ ମୀନା ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ  ଜିଲ୍ଲାଅବକାରି ବିଭାଗ ଚିତ୍ରକୋଣ୍ଡା ଥାନା ଅଧିକାରୀ ରାମପ୍ରସାଦ ନାଗ ଓ କର୍ମଚାରି ମାନେ ବେଆଇନ ଗଜେଂଇଚାଷ ଉପରେ ଚଢାଉ ଆରମ୍ଭ କରିଦେଇଛନ୍ତି ।  ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନଭାବେ ହୋଇଥିବା ଗଜେଂଇ ଚାଷ ଉପରେ ଗତ ୨୪ତାରିଖ ଠାରୁ ୨୮ତାରିଖ ୪ଦିନମଧ୍ୟରେ ଚଢାଉକରି ଇତି ମଧ୍ୟରେ ୮୦ଏକର ଜମିର ଗଜେଂଇ ଗଛ ପୋଡି ନଷ୍ଟକରିଛନ୍ତି ,ଯହାର ମୂଲ୍ୟ ପ୍ରାୟ୧୦କୋଟି ଟଙ୍କା ହେବବୋଲି ଜଣାପଡିଛି  ।

ଆଜି ସକାଳେ ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ ଅବକାରୀ ଇନିସପେକ୍ଟର ବିମ୍ବାଧରପଣ୍ଡା,ସବ୍ଇନସ୍ପେକ୍ଟର ଏଚ.ଜଗାରାଓ,ତ୍ରୀପତି ପଣ୍ଡା,ଡି. କେ.ନାୟକ,ରାଜୁ ଖିତି,ଦିନେଶ କୁମାର,କେ. ଖରା,ଜେମସ ସାହୁ,ଅମର ମହାପାତ୍ର,ଆର.ସି. ହନ୍ତାଳ,ପି.ନାଗେଶ,ଏସ. ମହାନ୍ତି,ଜି. ସାହୁ,ଏସ. ମାଝି,ପି. ନାୟକ,ସୁଜାତ, ଜୁଲି ଓ ସରିତା ପ୍ରମୁଖ ଜିଲ୍ଲାଅବକାରି ବିଭାଗ ଅଧିକାରୀ ଓ କର୍ମଚାରି ମାନେ ଓରକେଲ ଥାନାସ୍ଥ  ସୋମନାଥପୁର ପଚାଂୟତ କୁପୁଲିଗୁଡା, ନିରିଗୁଡା,ରାଜବନ୍ଧ,ନାକାମାମୁଡି ଗାଁ ଜଙ୍ଗଲରେ ବେଆଇନ ଭାବେ ଚାଷକରା ଯାଇଥିବା ୨୧ଏକର ଜମିରୁ ୨୩୧୦୦ ଗଜେଂଇ କଲି ଫଳିଥିବା ଗଛଗୁଡିକୁ କାଟି ପୋଡି ଦେଇଥିଲେ,ଏହି ଗଜେଂଇ ଗଛର ସରକାରି ମୂଲ୍ୟ ଦୁଇକୋଟି ୩୧ଲକ୍ଷ ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି ।  ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଅଚଂଳ ମାଲାକନଗିରି ଜିଲ୍ଲା ଏବେ ପାଲଟିଛି ଗଜେଂଇଚାଷର ଭୁସ୍ୱର୍ଗ ।ଦୁର୍ଗମ ବିଛିନ୍ନାଚଂଳର ଯେଉଁଠି ଦେଖିବ ରାସ୍ତାକଡ ଠାରୁ ଆରମ୍ଭକରି ପାହଡ ପର୍ଯ୍ୟନ୍ତ ଶତାଧିକ ହେକ୍ଟର ଜମିରେ ଗଜେଂଇଗଛର ସବୁଜବିଷବଳୟ ଚାରିଦିଗକୁ ଘେରି ରହିଛି । ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ର ନିର୍ଦ୍ଦେଶ କ୍ରମେ ଗତ କିଛି ଦିନହେଲା ଜିଲ୍ଲାଅବକାରି ବିଭାଗ ଓ ଥାନା ପକ୍ଷରୁ ଏହି ଚଢାଉ ଜାରି ରହି କୋଟି କୋଟି ଟଙ୍କାର ବେଆଇନ ଗଜେଂଇ ଚାଷକୁ ପୋଡି ନଷ୍ଟ କରାଯାଉଥିବାର ଜଣାପଡିଛି ।