Odiapua.com

ମାଲକାନଗିରି ଜିଲ୍ଲାଅବକାରୀ ବିଭାଗପକ୍ଷରୁ ୨୨ଏକର ଜମିର ବେଆଇନ ଗଜେଂଇ ଚାଷ ପୋଡି ନଷ୍ଟ କଲେ

ମାଲକାନଗିରି,୨୪ା୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ମୋଙ୍ଗରଜୋଡି ଗ୍ରାମ ଜଙ୍ଗଲରେ ୨୨ଏକର ଜମିରୁ ଗଜେଂଇ ଗଛ କାଟି ପୋଡି ନଷ୍ଟକରିଦେଇଛନ୍ତି । ଏହାର ସରକାରି ମୂଲ୍ୟ ଦୁଇକୋଟି ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି ।   ମାଲାକନଗିରି ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ ଆଜି ସକାଳେ ଜିଲ୍ଲାଅବକାରି ବିଭାଗ ଅଧିକାରୀ ଓ କର୍ମଚାରି ମାନେ ଓରକେଲ ଥାନାସ୍ଥ ପାରକନମାଳା ପଚାଂୟତ ମଙ୍ଗୋରଜୋଡି  ଗାଁ ଜଙ୍ଗଲରେ ବେଆଇନ ଭାବେ ଚାଷକରା ଯାଇଥିବା ୨୨ଏକର ଜମିରୁ ୨୨୦୦୦ ଗଜେଂଇ କଲି ଫଳିଥିବା ଗଛଗୁଡିକୁ କାଟି ପୋଡି ଦେଇଥିଲେ,ଏହି ଗଜେଂଇ ଗଛର ସରକାରି ମୂଲ୍ୟ ଦୁଇକୋଟି ଟଙ୍କାରୁ ଉର୍ଦ୍ଦ ହେବ । ଏହି ଗଜେଂଇ ଚଢାଉରେ ଜିଲ୍ଲାଅବକାରି ଅଧ୍ୟକ୍ଷ ଶ୍ରୀ ସେଠଙ୍କ ସହ  ଅବକାରୀ ଇନିସପେକ୍ଟର ବିମ୍ବାଧରପଣ୍ଡା,ସବ୍ଇନସ୍ପେକ୍ଟର ଏଚ.ଜଗାରାଓ,ତ୍ରୀପତି ପଣ୍ଡା,ଡି. ନାୟକ,ରାଜୁ ଖିତି,ଦିନେଶ କୁମାର,କେ. ଖରା,ଜେମସ ସାହୁ,ଅମର ମହାପାତ୍ର,ଆର.ସି. ହନ୍ତାଳ,ପି.ନାଗେଶ,ଏସ. ମହାନ୍ତି,ଜି. ସାହୁ,ଏସ. ମାଝି, ପି. ନାୟକ,ସୁଜାତ.ଜୁଲି ଓ ସରିତା ପ୍ରମୁଖ ଜିଲ୍ଲାଅବକାରି ବିଭାଗ କର୍ମଚାରି  ମାନେ ଉପସ୍ଥିତ ରହି ବେଆଇନ ଭାବେ ଚାଷ ହୋଇଥିବା ଗଜେଂଇ ଗଛଗୁଡିକୁ କାଟି ପୋଡିଦେଇଥିଲେ । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଅଚଂଳ ମାଲାକନଗିରି ଜିଲ୍ଲା ଏବେ ପାଲଟିଛି ଗଜେଂଇଚାଷର ଭୁସ୍ୱର୍ଗ । ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ର ନିର୍ଦ୍ଦେଶ କ୍ରମେ ଗତ କିଛି ଦିନହେଲା ଜିଲ୍ଲାଅବକାରି ବିଭାଗ ପକ୍ଷରୁ ଏହି ଚଢାଉ ଜାରି ରହି କୋଟି କୋଟି ଟଙ୍କାର ବେଆଇନ ଗଜେଂଇ ଚାଷକୁ ପୋଡି ନଷ୍ଟ କରାଯାଉଥିବାର ଜଣାପଡିଛି ।