Odiapua.com

ମାଲକାନଗିରି ଜିଲ୍ଲରେ ସୁଧୁରୁଛି ବନ୍ୟାପରିସ୍ଥିତି, ସୀମାନ୍ତ ମୋଟୁ ମଧୂସୁଦନପାର୍କ ପାଣିରେ ବୁଡିରହିଛି

ମାଲକାନଗିରି,୧୭ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦୀର୍ଘ ସାତଦିନ ଧରି ଲଗାଣବର୍ଷା ହେବା ଦ୍ୱାରା ବିଭିନ୍ନ ନଦୀନାଳ ରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇ ଚାଷ ନଷ୍ଟ ହେବାସହ ରାସ୍ତାଘାଟ ଧୋଇ ହୋଇ ଯାଇ ଗ୍ରାମକୁ ଯୋଗା ଯୋଗବିଛିନ୍ନା ହୋଇପଡିଛି । ଶହ ଶହ ହେକ୍ଟର ଚାଷଜମିରେ ପାଣିପସି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଆଜି ବନ୍ୟାପରିସ୍ଥିତିରେ କିଛିଅଶଂ ସୁଧାର ଆସିଥିବା ବେଳେ ବନ୍ୟାପ୍ରଭାବିତ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢିଯାଇଛି । ଗତ ୫ଦିନ ଦିନହେଲା ଜିଲ୍ଲାରେ ସୃଷ୍ଟିହୋଇଥିବା ବନ୍ୟାପରିସ୍ଥିତିରେ ଆଜି ବର୍ଷାର ପରିମାଣ କମି ଯାଇଥିବାରୁ ବିଭିନ୍ନ ପୋଲ ଉପରେ ପ୍ରଭାବିତ ହେଉଥିବା ବନ୍ୟାପାଣି ପୋଲ ତଳକୁ ଖସିଛି,ଆଜି ମଧ୍ୟାହ୍ନରୁ ଜିଲ୍ଲାରେ ସ୍ୱାଭାବିକ ଭାବେ ଯାନବାହନ ଚଳାଚଳ ଆରମ୍ଭ କରିଦେଇ ଥିଲେ ମଧ୍ୟ କିଛି ତଳୁଆ ପୋଲ ଉପରେ ପାଣିଛାଡି ନାହିଁ,ଠାଏ ଠାଏ ଝିପି ଝିପ ବର୍ଷା ଲାଗିରହିଛି । ଜିଲ୍ଲାରେ ଆଜି ସକାଳୁ ବନ୍ୟାପରିସ୍ଥତି ରେ ସୁଧାର ଆସିବା ସହିତ ପୋଲଉପରୁ ପାଣି କମିଯାଇଥିବାରୁ ମାଥିଲି ,କୋରକୁଣ୍ଡା,ବାଲିମେଳା, କାଲିମେଳା,ମୋଟୁ,ପଡିଆ, ଜୟପୁର, ବିବିନ୍ନ ଅଚଂଳକୁ ସ୍ୱାଭାବିକ ଭାବେ ଆଜି ଯାନବାହନ ଚଳାଚଳା ଆରମ୍ଭ କରିଦେଇଛି । ବର୍ଷା କମି ଯାଇ ପୋଲଉପରୁ ପାଣିଛଡି ଯାଇଥିଲେ ମଧ୍ୟ ନଦୀକୁଳିଆ ଗ୍ରାମବାସୀଙ୍କ ଦୁଃଖ କମିନାହିିଁ । ଜିଲ୍ଲାର ବିଭିନ୍ନସ୍ଥାନରେ ବନ୍ୟାସ୍ରୋତରେ କିଛି କଲଭର୍ଟ ଓ ପୋଲ ଆଶିଂକ ଭାଙ୍ଗି ଯିବାସହିତ ଅନେକ ସ୍ଥାନରେ ରାସ୍ତାଧୋଇ ହୋଇଯାଇ ଯାତାୟତରେ ବାଧା ସୃଷ୍ଟି ହୋଇଛି । ପୋଟେରୁ,ସାବେରୀ, ସିଲେରୁ ନଦୀ କୁଳରେ ଥିବା କିଛି ଗ୍ରାମଭିତରକୁ ପାଣି ପ୍ରବେଶକରି ରାସ୍ତାଘାଟ ଧୋଇନେବା ସହିତ ଅନେକ କଚାଘରର କାନ୍ଥ ଭୁଶୁଡିପଡିଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲାରେ ରିବାବାର ସକାଳ୮ଟା ଠାରୁ ସୋମବାର ସକାଳ୮ଟା ମଧ୍ୟରେ ହାରା ହାରି ୮୦.୮ ମିଲିମିଟର ବର୍ଷା ହୋଇଥିବା ବେଳେ ସାତଟି ଯାକ ବ୍ଲକରେ ମୋଟ ବୃଷ୍ଟିପାତ ୫୬୫.୮ ମିଲିମିଟର ବର୍ଷା ରେକର୍ଡକରାଯାଇଛି, ପଡିଆ ବ୍ଲକରେ ସର୍ବାଧିକ ୧୧୪.୪ମିଲିମିଟର,କୋରକୁଣ୍ଡା ବ୍ଲକରେ ୧୦୩ମିଲିମିଟର,ଖଇରପୁଟ ବ୍ଲକରେ ୬୨.୦ ମିଲିମିଟର ବର୍ଷା, ମାଥିଲି ବ୍ଲକରେ ୫୨ ମିଲିମିଟର,ଚିତ୍ରକୋଣ୍ଡା ବ୍ଲକରେ ୯୦.୦ ମିଲିମିଟର,ମାଲକାନଗିରି ବ୍ଲକରେ ୬୨ ମିଲି ମିଟର ,କାଲିମେଳା ବ୍ଲକରେ ୮୨ ମିଲିମିଟର ବର୍ଷା ହୋଇଥିବାର ଜିଲ୍ଲା ଜରୁରୀକାଳିନ ବିଭାଗ ସୁତ୍ରରୁ ଜଣାପଡିଛି । ଜିଲ୍ଲାରେ ବନ୍ୟାପରିସ୍ଥତି ପାଇଁ ୭ଗୋଟି ବ୍ଲକର ବିଡିଓ, ତହସିଲଦାର,ଅଗ୍ନିଶମ ବାହିନୀ ଙ୍କୁ ମୂତୟନ କରାଯାଇଛି । ବନ୍ୟାଅଶ୍ରୟସ୍ଥଳରେ ରହିଥିବା ଲୋକମାନେ ଆଜି ବନ୍ୟାପାଣି କମିବାରେ ଅଶ୍ରୟସ୍ଥଳରୁ ଗ୍ରାମବାସୀ ମାନେ ନିଜ ନିଜ ଘରକୁ ଫେରି ଯାଇଛନ୍ତି । ଆଜି ବର୍ଷା କମିଯିବା ପରେ ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ବନ୍ୟାପ୍ରଭାବିତ ଅଚଂଳକୁ ସାତଟି ଯାକ ବ୍ଲକର ବିଡିଓ,ତହସିଲଦାର ଓ ଅନ୍ୟାନ ବିଭାଗୀୟ ଅଧିକାରୀ ମାନେ ଗସ୍ତକରି ବନ୍ୟାପରିସ୍ଥିତି ଅନୁଧ୍ୟାନ ସହିତ କ୍ଷୟକ୍ଷତିର ବିରରଣି ସଂଗ୍ରହ ଆରମ୍ଭ କରିଦେଇଛନ୍ତି । ଆଜି ଜିଲ୍ଲାରେ ବର୍ଷାପରିମାଣ କମି ବନ୍ୟାପରିସ୍ଥିତିରେ କିଛି ଅଶଂରେ ସୁଧାର ଆସିଥିବା ବେଳେ ବନ୍ୟାପ୍ରପିଡିତ ଗ୍ରାମବାସୀଙ୍କ ଦୁର୍ଦ୍ଦଶାବଢି ଯାଇଛି । ଅନେକ ଗ୍ରାମରେ ରାସ୍ତା ପୋଲ କଲଭର୍ଟ ଧୋଇହୋଇ ଯାଇ ଥିବାରୁ ଯତାୟତରେ ବାଧାସୃଷ୍ଟି ହୋଇଛି, ଏବେବି ଆନ୍ଦ୍ର,ତେଲାଙ୍ଗାନ,ଛତିଶଗଡ ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲ୍ଲାମୋଟୁ ତହସିଲ ର ସାବେରୀ,ସିଲେରୁ,ଚିନାଗୋଦାବରୀ ତ୍ରୀନଦୀ ସ୍ଥଳୀ ମୁଗୁପଏଟଂ,ମଧୂସୁଦବ ପାର୍କ ପାଣିରେ ବୁଡି ରହିଛି । ଏହି ପାର୍କଟି ତ୍ରୀନଦୀର ସଙ୍ଗମସ୍ଥଳ ଟାପୁରେ ପ୍ରତିଷ୍ଟା କରାଯାଇ ତୋନିଟି ରାଜ୍ୟର ସୀମାନିର୍ଦ୍ଦାଣ କରାଯାଇଥିଲେ ମଧ୍ୟ ଆଡିବନ୍ଧ କରାଯାଇନଥିବାରୁ ବାରମ୍ବାର ପାର୍କଟି ବନ୍ୟାଜଳରେ ବୁଡିରହି ଲେ ଆଗାମି ଦିନରେ ମଧୂସୁଦନ ପାର୍କ ଓ ମହାପୁରଷ ଙ୍କ ପ୍ରତି ମୂର୍ତି ନଦୀରେ ଲିନହୋଇଯିବାର ଆଶାଙ୍କାକୁ ଏଡାଇ ଦିଆଯାଇ ନପାରେ । ମୋଟୁ,ଆଲମା, ପେଟା,ବିନାୟକପୁର,ପଡିଆ,କାଲିମେଳା ପୋଟେରୁ, ମାଥିଲି,ଖଇରପୁଟ,ଗୁମ୍ମା, ବନ୍ୟାପ୍ରଭାବିତ ଅଚଂଳରେ ବନ୍ୟାଜଳ ଗ୍ରାମରେ ପ୍ରବେଶକରି ଅନେକ ଲୋକଙ୍କ ମାଟିଘର ଭାଙ୍ଗି ବା ସହିତ କାନ୍ଥ ଭୁଶୁଡି ପଡିଥିଲେ ମଧ୍ୟ ତହସିଲ ପକ୍ଷରୁ କେବଳ ଖେଣ୍ଡେ ଲେଖାପଲିଥିନ ଯୋଗାଇଦେବା ବ୍ୟତିତ ଅନ୍ୟକିଛି ସହାୟତା ଦିଆଯାଇନଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।ବନ୍ୟାଜଳରେ ଶହ ଶହ ହେକ୍ଟର ଚାଷଜମି ବାଲି ଚରିଯିବାସହ ଧାନ ଓ ପନିପରିବା ଫଷଲ ପଚି ନଷ୍ଟ ହୋଇଥିଲେ ମଧ୍ୟ ଏପଯର୍ଯ୍ୟନ୍ତ କୌଣସି କୃଷିଅଧିକାରୀ କି କର୍ମଚାରି ମାନେ ସେ ସବୁର ଆକଳ କରିବା ପାଇଁ ଯାଇନଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।