Odiapua.com

ମାଲକାନଗିରି ଜିଲ୍ଲପାଳଙ୍କୁ ଗିରଫ କରିବା ଦାବିରେ କଂଗ୍ରେସ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ମାଲକାନଗିରି ଜିଲ୍ଲା ବନ୍ଦ

ମାଲକାନଗିରି ୧୦-୧ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲପାଳଙ୍କ ବିରୋଧରେ କଂଗ୍ରେସର ବନ୍ଦ ଡାକରା। ଆଜି ସକାଳ ୬ ଟାରୁ ଦୋକାନ ବଜାର ବନ୍ଦ ଯାନବାହାନ ଚଳାଚଳ ଠପ ହୋଇଛି। ମାଲକାନଗିରିର ଦୁର୍ନୀତିଗ୍ରସ୍ତ ଜିଲ୍ଲାପାଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ବଦଳି ଦାବିରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଲକାନଗିରି ବନ୍ଦ ପାଳନ ଆରମ୍ଭ ହୋଇଛି। ଏହି ବନ୍ଦ ପାଳନ ହେଉଥିବା ହେତୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ମାଲକାନଗିରି ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁକୁ ନେଇ କଂଗ୍ରେସର ମାଲକାନଗିରି ବନ୍ଦ ଡାକରା ଦେଇଥିବା ବେଳେ ଟାୟାର୍‌ ଜାଳି ରାସ୍ତା ଅବରୋଧ କିଛନ୍ତି କଂଗ୍ରେସ କର୍ମୀ। ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ‌୍ୟଯେ, କିଛି ଦିନ ପୂର୍ବେ ମାଲକାନଗିରି ଜିଲ୍ଲାପାଳଙ୍କ ପି.ଏଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି କଂଗ୍ରେସ। ତେଣୁ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।