ମାଲକାନଗିରି,୨୭ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଓକିଲ ସଘଂର ନିର୍ବାଚନ ଆଜି ସକାଳେ କୋଭିଡ ନିୟମ ପାଳନ ସହ ଜିଲ୍ଲାଓକିଲ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ପ୍ରଭାକର ପ୍ରଧାନ,ସାଧାରଣ ସଂପାଦକ ଭାବେ ପ୍ରକାଶ କୁମାର ମହାନ୍ତି,ଉପସଭାପତି ଭାବେ ମାନସ କୁମାର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି । କୋଷାଧକ୍ଷ ଭବତୋଷ ବିଶ୍ୱାସ ସହସଂପାଦକ ହିରୋଜ ପାଣିଗ୍ରାହୀ ନିର୍ଦ୍ଦୋନ୍ଦରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାନ୍ତି ଓ ସହାକରି ନିର୍ବାଚନ ଅଧିକାରୀ ଭାବେ ଓକିଲ ଅଶୋକ କୁମାର ନାୟକ ଉପସ୍ଥିତ ରହି ନିର୍ବାଚନକୁ ସୁଚାରୁ ଭାବେ ପରିଚାଳନା କରିଥିଲେ । ମାଲକାନଗିରି ଜିଲ୍ଲାର ୯୪ଜଣ ଓକିଲ ଭୋଟର ଥିବା ବେଳେ ଶତପ୍ରତି ଶତ ମତ ଦାନ ହୋଇଛି ।ସଭାପତି ପଦବୀ ପାଇଁ ଦୁଇଜଣ,ସାଧାରଣ ସଂପାଦକ ପଦବୀ ପାଇଁ ଦୁଇଜଣ,ଉପସଭାପତି ପଦବି ପାଇଁ ତିନିଜଣ ପ୍ରତିଦ୍ୱନ୍ଦିତା କରିଥିଲେ । ଭୋଟ ଗଣତି ପରେ ଆଜି ସନ୍ଧ୍ୟାରେ ନବ ନିର୍ବାଚିତ ଓକିଲ ସଂଘର ସଭାପତି, ସଂପାଦକ, ଉପସଭାପତି ଓ ଅନ୍ୟାନ କର୍ମକର୍ତାମାନଙ୍କୁ ସମସ୍ତ ଓକିଲ ମାନେ ସ୍ୱାଗତ ସମ୍ବର୍ଦ୍ଦନା ଜଣାଇଛନ୍ତି ।