Odiapua.com

ମାଲକାନଗିରି ଏସପିଙ୍କ ନିକଟରେ ଦରଭା ମାଓଡିଭିଜନ ଦଳମ ମାଓବାଦୀ ମାଧବର ଆତ୍ମସମର୍ପଣ

ମାଲକାନଗିରି, ୨୩ା୮, (ଓଡିଆ ପୁଅ) ଦରଭା ମାଓବାଦୀ ଡିଭିଜନ ମହୁପଦର ତୁଳସି ପାହଡ ଦଳମ ର ମାଓବାଦୀ ମାଧବ ମାଡକାମି(୨୨) ଓରଫ ମନୁ ଆଜି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ମାଧବଙ୍କ ନିଜ ଘର ଛତିଶଗଡ ରାଜ୍ୟ ଦନ୍ତେୱାଡ଼ା ଜିଲ୍ଲା କୁଆକୋଣ୍ଡା ଥାନାସ୍ଥ କାଙ୍କେରପଡା ଗ୍ରାମରେ ସେ ଗତ ୨୦୧୩ ମସିହାରେ ଅଧାରୁ ପାଠପଢା ଛାଡିଦେଇ ଘରେ ବସିଥିଲା। ଗତ ୨୦୧୫ ମସିହାରେ ଦରଭା ଡିଭିଜନ ମାଓ ସଂଗଠନରେ ଯୋଗଦେଇ ଛତିଶଗଡ ଓଡିଶା ବୋର୍ଡର ମିଲିଟାରୀ ପ୍ଲାଟୁନ ଯୋଗ ଦେଲା। ଗତ ୨୦୧୯ ମସିହାରେ ବନ୍ଧୁକ ଚାଳନା, ଲ୍ୟାଣ୍ଡମାଇନ ବିସ୍ପୋରଣ, ଗରିଲା ଯୁଦ୍ଧ ସହିତ ସମସ୍ତ ପ୍ରକାର ମାଓବାଦୀ ତାଲିମ ନେବା ପରେ ମହୁପଦର ମାଓବାଦୀ ଦଳମ ଲିଡିର ଏସିଏମ ମୁନିଙ୍କ ଅଧିନରେ ରହି ବିଭିନ୍ନ ମାଓବାଦୀ ହିଂସାକାଣ୍ଡରେ ସାମିଲ ଥିଲେ। ଏବେ ମାଓସଂଗଠନ ନିଜର ସତା ହରାଇଥିବା ବେଳେ ଆଦିବାସୀ ତଳୁଆ କ୍ୟର୍ଡର ନକ୍ସଲ ଉପରେ ବରିଷ୍ଠ ମାନେତା ଓ କ୍ୟାର୍ଡମାଓବାଦୀମାନଙ୍କ ମଧ୍ୟରେ ଭେଦଭାବ ତଳ କ୍ୟାର୍ଡର ମାଓବାଦୀଙ୍କ ଉପରେ ଜୁଲମ ଚଳାଇବା, ମହିଳା ମାଓବାଦୀ ଙ୍କ ଉପରେ ଅତ୍ୟାଚାର କରିବା, ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର କଥା କହି ଗାଁ ଲୋକମାନଙ୍କୁ ମନାଇ ଓ ଧମକଦେଇ ମାଓବାଦୀ ମାନେ ସେମାନଙ୍କ ସଂଗଠନରେ ସାମିଲ କରିବା, ଏପରିକି ମହିଳା, ଯୁବତୀ ଓ ସାନପିଲାମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପ୍ରଥମେ ମାଓବାଦୀଙ୍କ ଚେତନା ନାଟ୍ୟ ଦଳମରେ ଭର୍ତି କରି ମାଓବାଦୀଙ୍କ ସଂଙ୍ଗୀତ ଓ ନୃତ୍ୟ ସହିତ ବିଭିନ୍ନ ପ୍ରକାରର ତାଲିମ ଦେଇଥାନ୍ତି। ମାଓବାଦୀ ମାନେ ଗାଁ ଲୋକଙ୍କର କିଛି ଉପକାର କରୁନାହାଁନ୍ତି ଓଲଟି ସେମାନଙ୍କୁ ହତ୍ୟା, ମାରଧର କରୁଛନ୍ତି, ଦିନରେ ପୁଲିସର ଗିରଫ ଭୟ ରାତିରେ ମାଓବାଦୀଙ୍କ ଅତ୍ୟାଚାର କେତେଦିନ ଆଉ ସହିବ, ମାଓବାଦୀ ଙ୍କ ଭୟରେ ବିଭିନ୍ନଗ୍ରାମରେ କୌଣସି ସରକାରି ଉନ୍ନୟନ କାମ ହେଲାନାହିଁ, ଛତିଶଗଡ ସୀମାନ୍ତ ମହୁପଦର, ଟେମୁରପାଲି, କର୍କତନପାଲି, ତେନ୍ତୁଲିଗୁମ୍ମା ବିଏସଏଫ କ୍ୟାମ୍ପଦ୍ୱାରା ଗ୍ରାମବାସୀ ମାନଙ୍କ ସୁରକ୍ଷା ସହିତ ମାଓଦମନ ଯୋଜରାଦାର ଚାଲିଲା, ଅବହେଳିତ ହୋଇଥିବା ସେ ସବୁ ଅଚଂଳରେ ଉନ୍ନୟନ କାମ ର ଅଗ୍ରଗତି ହେବା ଓଡିଶା ସରକାରଙ୍କ ଦ୍ୱାରା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଓ ମାଓବାଦୀ ଆତ୍ମସମର୍ପଣ ଯୋଜନା ରେ ପ୍ରଭାବିତ ହୋଇ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପାଇଁ ନିସ୍ପତି ନେଲା। ମାଓସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣକରି ସାଧାରଣ ଲୋକଙ୍କ ପରି ବଚିଂବାପାଇଁ ବୋଲି ଆତ୍ମସମର୍ପଣ କରିଥିବା ମାଓବାଦୀ ମାଧବ ପୁଲିସ ନିକଟରେ କହିଛି। ଆତ୍ମସମର୍ପଣ କରିଥିବା ମାଓବାଦୀ ମାଧବ ଙ୍କୁ ଏସପି ଶ୍ରୀ ଖିଲାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ସମଗ୍ର ବିଶ୍ୱରେ ଭୟାବହ କରୋନା ମହାମାରିର ଆତଙ୍କ ଦେଖା ଦେଇଥିବାରୁ ଜିଲ୍ଲାପୁଲିସ ପକ୍ଷରୁ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ମାସ୍କ ପିନ୍ଧାଇ ଜନ ସଚେତନତାର ବାର୍ତ୍ତା ଦେଇଛନ୍ତି। ମାଓବାଦୀ ଆତ୍ମସମର୍ପଣ ନିୟମ ଅନୁସାରେ ଆତ୍ମ ସମର୍ପଣ କରିଥିବା ମାଓବାଦୀ ମାଧବଙ୍କୁ ସରକାରଙ୍କ ନିୟମ ଅନୁଯାଇ ସହାୟତା ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସପି ଶ୍ରୀ ଖିଲାରୀ ପ୍ରେସ ନୋଟ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମାଓବାଦୀ ମାଧବ ଓରଫ ମନୁ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବାରୁ ଜିଲ୍ଲାପୁଲିସ ପାଇଁ ଏକ ବଡଧରଣର ସଫଳତା ଆଣି ଦେଇଥିବା ବେଳେ ଦରଭା ମାଓଡିଭିଜନ ମହୁପଦର ତୁଳସିପାହଡ ଅଚଂଳର ମାଓସଂଗଠନ ପାଇଁ ଏହା ବିଫଳତାର କାରଣ ହୋଇ ମାଓସଂଗଠନ କୁ ଏକ ଶକ୍ତଧକ୍କା ଲାଗିଥିବାର ଜଣାପଡିଛି।