Odiapua.com

ମାଲକାନଗିରି ଏସପିଙ୍କ ନିକଟରେ ସ୍ୱାଭିମାନ ଅଚଂଳର ଏଓବି ଦଳମର ୨ଦୁର୍ଦାନ୍ତ ମାଓବାଦୀ ଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୨ା୭(ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ପୁଲିସ କୁ ମିଳିଛି ଏକ ବଡଧରଣର ସଫଳତା । ଏଓବି ବୋର୍ଡର ମାଲକାନଗିରି-କୋରାପୁଟ ମାଓବାଦୀ ଡିଭିଜନର ଏସିଏମ ର‌୍ୟାଙ୍କର ମାଓନେତା କାହ୍ନା ମାଢି(୨୪)ି ଓ ମାଓନେତ୍ରୀ ଲାକେ ପୁନେମ(୨୨) ୬ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ କାହ୍ନା ମାଢି ଙ୍କ ନିଜ ଘର କାଲିମେଳା ଥାନା ନିକଟବର୍ତି ସୁଧାକୋଣ୍ଡା ଗ୍ରାମରେ ସେ ଗତ୨୦୧୩ ମସିହାରେ ମାଓସଂଗଠନରେ ଯୋଗଦେଇ ଆନ୍ଦ୍ରଓଡିଶା ବୋର୍ଡର ମିଲିଟାରୀ ପ୍ଲାଟୁନ କୋରାପୁଟ ମାଲକାନଗିରି ବୋର୍ଡର ଡିଭିଜନ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ଏସିଏମ ଭାବେ କାମକରୁଥିଲେ । ସେ ୨୦୧୩ ମସିହାରେ ପଡିଆ ଥାନାସ୍ଥ ସିଲାକୋଟା ଜଙ୍ଗଲରେ ପୁଲିସ ଉପରକୁ ଗୁଳିଚାଳନା,ଚିନ୍ତଲଓ୍ୟାର୍ଡା ଗ୍ରାମର ତୁଳଶିରାମ ଓ ରାମଗୁଡା ଗ୍ରାମର ଜଗା ମାଡକାମିଙ୍କୁ ହତ୍ୟା,୨୦୧୫ ମସିହାରେ କାଲିମେଳା ଥାନାସ୍ଥ ତେଲରାଇ ଗ୍ରମର ଗୁରୁମୁର୍ତି ମାଢିଙ୍କୁ ହତ୍ୟା,୨୦୧୬ ରେ ମାଛଘାଟି ସୁଧାକୋଣ୍ଡା ଜଙ୍ଗଲରେ ପୁଲିସ ଉପରକୁ ଗୁଳିଚଳାଇବା,ସେନ୍ତେକଗୁଡା ଗ୍ରାମର ସୋମା ପଡିଆମିଙ୍କୁ ହତ୍ୟା, ୨୦୧୭ରେ ଏଲଙ୍କେଇ ଗ୍ରାମ ଜଙ୍ଗଲରେ ନିକଟରେ ପୁଲିସଙ୍କୁ ଆମ୍ବୁସ ଲଗାଇ ଗୁଳିଚାଳନା ,୨୦୧୮ରେ ସିନ୍ଦୁରପାଲି ଜଙ୍ଗଲରେ ପୁଲିସ ଉପରକୁ ଗୁଳିଚାଳନା ,ଆନ୍ଦ୍ରପ୍ରଦେଶ ଇଷ୍ଟ ଗୋଦାବରି ଜିଲ୍ଲାରେ ଚାପାକୋଣ୍ଡା ଓ ଜିକେବେଦି ଠାରେ ପୁଲିସ ଅପରକୁ ଗୁଳିଚାଳନା,୧୫.୨ ୨୦୨୦ ତାରିଖରେ ଚିତ୍ରକୋଣ୍ଡା ସ୍ୱାଭିମାନଅଚଂଳ ବିଦରପାଖନା ଠାରେ ବିସ୍ପୋରଣ କରିବା ଘଟଣା ସହିତ ସ୍ୱାଭିମାନଅଚଂଳର ବିଭିନ୍ନ ମାଓହିଂସାକାଣ୍ଡରେ ସାମିଲ ଥିଲେ ତାଙ୍କ ମୁଣ୍ଡଉପରେ ରାଜ୍ୟସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଠିକ ସେହିପରି ଆତ୍ମସମର୍ପଣ କରିଥିବା ମାଓନେତ୍ରୀ ଲାକେ ପୁନେମ ଙ୍କ ନିଜ ଘର ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଭୁସଣ ଗ୍ରାମରେ । ସେ ପ୍ରଥମେ ଗତ୨୦୧୮ମସିହାରେ ଛତିଶଗଡ ରାଜ୍ୟ ବସ୍ତର ମାଓଡିଭିଜନ ରେ ଯୋଗଦେଇଥିଲେ । ତାଙ୍କୁ ପରେ ମାଲକାନଗିରି ମାଓଡିଭିଜନ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳକୁ ବଦଳିକରାଗଲା ପରେ ସେ ମାଲକାନଗିରି-କୋରାପୁଟ ମାଓଡିଭିଜନ ମିଲିଟାରୀ ପାର୍ଟି ମହିଳା ମାଓନେତ୍ରୀ ଭାବେ କାମକରୁଥିଲେ । ଗତ୮.୫.୨୦୧୮ତାରିଖରେ ଆନ୍ଦ୍ରପ୍ରଦେଶ ବିଶାଖାପାଟଣା ଡୁଙ୍ଗୁରିଗୁଡା ମଣ୍ଡଳ ଆରୁକୁଭେଲି ଠାରେ ବିଧାୟକ କେ.ଏସ.ରାଓ ଓ ପୁବ ର୍ତନ ବିଧାୟକ ଶିବେରୀ ସୋମାଙ୍କୁ ହତ୍ୟା,୧୭.୫୨୦୧୮ ସ୍ୱାବିମାନଅଚଂଳ ଜୋଡାମ୍ବ ପାନପଦର ଜଙ୍ଗଲରେ ପୁଲିସ ଉପରକୁ ଗୁଳିଚାଳନା,୧୫.୨.୨୦୨୦ ତାରିଖରେ ବଣ୍ଡାପଡା ସମ୍ବଲପୁର ଗ୍ରାମଜଙ୍ଗଲରେ ପୁଲିସ ଉପରକୁ ଗୁଳିଚାଳାନ ଘଟଣା ସହିତ ବିଭିନ୍ନ ଅଚଂଳରେ ମାଓହିଂସାକାଣ୍ଡରେ ଲିପ୍ତଥିଲେ । ଲାକେ ଙ୍କ ମୁଣ୍ଡଉପରେ ୨ଲକ୍ଷଟଙ୍କାର ରାଜ୍ୟସରକାର ଙ୍କ ଦ୍ୱାରା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ଖିଲାରୀ କହିଛନ୍ତି । ମାଓପ୍ରବଣ ଅଚଂଳରେ ସରକାରଙ୍କର କୌଣସି ବିକାଶ ମୁଳକ କାର୍ଯ୍ୟ ହୋଇପାରୁନଥିବା ଆନ୍ଦ୍ରପ୍ରଦେଶ ଓଡିଶା ଓ ଛତିଶଗଡ କ୍ୟାର୍ଡମାଓବାଦୀ ମାନଙ୍କ ମଧ୍ୟରେ ଭେଦଭାବ ତଳ କ୍ୟାର୍ଡର ମାଓବାଦୀଙ୍କ ଉପରେ ଜୁଲମ ଚଳାଇବା, ମହିଳା ମାଓବାଦୀ ଙ୍କ ଉପରେ ଅତ୍ୟାଚାର କରିବା,ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର କଥା କହି ଗାଁ ଲୋକମାନଙ୍କୁ ମନାଇ ଓ ଧମକଦେଇ ମାଓବାଦୀ ମାନେ ସେମାନଙ୍କ ସଂଗଠନରେ ସାମିଲ କରିବା,ଏପରିକି ମହିଳା, ଯୁବତୀ ଓ ସାନପିଲାମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପ୍ରଥମେ ମାଓବାଦୀଙ୍କ ଚେତନା ନାଟ୍ୟ ଦଳମରେ ଭର୍ତି କରି ମାଓବାଦୀଙ୍କ ସଂଙ୍ଗୀତ ଓ ନୃତ୍ୟ ସହିତ ବିଭିନ୍ନ ପ୍ରକାରର ତାଲିମ ଦେଇଥାନ୍ତି । କିଛି ବର୍ଷ ପରେ ସେମାନେ ଜାଣିବାକୁ ପାଇଲେ ଯେ ମାଓବାଦୀ ମାନେ ଗାଁ ଲୋକଙ୍କର କିଛି ଉପକାର କରୁନାହାଁନ୍ତି ଓଲଟି ସେମାନଙ୍କୁ ହତ୍ୟା,ମାରଧର କରୁଛନ୍ତି,ଦିନରେ ପୁଲିସର ଗିରଫ ଭୟ ରାତିରେ ମାଓବାଦୀଙ୍କ ଅତ୍ୟାଚାର କେତେଦିନ ଆଉ ସହିବେ ,ମାଓବାଦୀ ଙ୍କ ଭୟରେ ବିଭିନ୍ନଗ୍ରାମରେ କୌଣସି ସରକାରି ଉନ୍ନୟନ କାମ ହେଲାନାହିଁ, ଗରିବ ଲୋକେ ଇନ୍ଦିରା ଆବାସଟିଏ କି ରାସନକାର୍ଡ ଟିଏ ମଧ୍ୟ ପାଇପାରିଲେ ନାହିଁ କି ଗାଁକୁ ଭଲ ରାସ୍ତାଟିଏ ହୋଇପାରିଲା ନାହିଁ, କେତେ ଦିନ ଆଉ ମାଓବାଦୀଙ୍କୁ ଭୟକରି ସେମାନଙ୍କୁ ସମର୍ଥନ ଜଣାଇବେ ,ସ୍ୱାଭିମାନଅଚଂଳ ରେ ଗୁରୁପ୍ରୀୟା ସେତୁ ହେବାପରେ ମାଓପ୍ରବଣ ଇଲାକା ଗୁଡିକରେ ବିଏସଏଫ ଓ ପୁଲିସର କ୍ୟାମ୍ପ ହେବାରୁ ମାଦମନ ଯୋଜରାଦାର ଚାଲିଲା,ଅବହେଳିତ ହୋଇଥିବା ବିଛିନ୍ନାଚଂଳରେ ଉନ୍ନୟନ କାମ ର ଅଗ୍ରଗତି ହେବା ଦେଖି ସେମାନେ ନିସ୍ପତି ନେଲେ ମାଓସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣକରି ସାଧାରଣ ଲୋକଙ୍କ ପରି ବଚିଂବାପାଇଁ ବୋଲି ଆତ୍ମସମର୍ପଣ କରିଥିବା ମାଓବାଦୀ ଦ୍ୱୟ କାହ୍ନା ଓ ଲାକେ ଗଣମାଧ୍ୟମ ପ୍ରତିନିଧି ଙ୍କ ନିକଟରେ କହିଛନ୍ତି । ଆତ୍ମସମର୍ପଣ କରିଥିବା ଏହି ଦୁଇ ମାଓବାଦୀ ଙ୍କୁ ଏସପି ଶ୍ରୀ ଖାଲାରୀ ପୁସ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ସମଗ୍ର ବିଶ୍ୱରେ ଭୟାବହ କରୋନା ମହାମାରିର ଆତଙ୍କ ଦେଖା ଦେଇଥିବାରୁ ଜିଲ୍ଲାପୁଲିସ ପକ୍ଷରୁ ଆତ୍ମସମର୍ପଣ କରିଥିବା ମାଓବାଦୀ ମାନଙ୍କୁ ମାସ୍କ ପିନ୍ଧାଇ ଜନ ସଚେତନତାର ବାର୍ତା ଦେଇଛନ୍ତି । ମାଓବାଦୀ ଆତ୍ମସମର୍ପଣ ନିୟମ ଅନୁସାରେ ଆତ୍ମ ସମର୍ପଣ କରିଥିବା ମାଓବାଦୀ ଦୁଇଜଣ ଙ୍କୁ ସରକାରଙ୍କ ନିୟମ ଅନୁଯାଇ ସହାୟତା ଯୋଗାଇ ଦିଆଯିବା ସହ ସେମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ମାଗଣରେ ବିଭିନ୍ନ ତାଲିମ ଦିଆଯିବ ବୋଲି ମାଲକାନଗିରି ଏସପି ଶ୍ରୀ ଖିଲାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଜଣେ ୪ଲକ୍ଷଟଙ୍କା ପୁରସ୍କାର ଘୋଷିତ ଓ ଅନ୍ୟଜଣେ ୨ଲକ୍ଷ ପୁରସ୍କାର ଘୋଷିତ ଟପ କ୍ୟାର୍ଡର ଦୁଇ ମାଓବାଦୀ ପୁଲିସ ନିକଟରେ ଏକା ସଙ୍ଗେ ଆତ୍ମସମର୍ପଣ କରିଥିବାରୁ ଜିଲ୍ଲାପୁଲିସ ପାଇଁ ଏକ ବଡଧରଣର ସଫଳତା ଆଣି ଦେଇଥିବା ବେଳେ ସ୍ୱାଭିମାନ ଅଚଂଳର ମାଓସଂଗଠନ ପାଇଁ ଏହା ବିଫଳତାର କାରଣ ହୋଇ ମାଓସଂଗଠନ କୁ ଏକ ଶକ୍ତଧକ୍କା ଲାଗିଥିବାର ଜଣାପଡିଛି ।