Odiapua.com

ମାଲକାନଗିରିରେ ଏବେ ବି ସ୍ଥିତି ଗମ୍ଭୀର

ମାଲକାନଗିରି,୦୯/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ବର୍ଷା ଛାଡ଼ିଛି। ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ତଥାପି ମାଲକାନଗିରି ଜିଲ୍ଲାରେ ଆଜି ବି ବନ୍ୟା ଭଳି ସ୍ଥିତି। ଉପରମୁଣ୍ଡରେ ବର୍ଷା ଯୋଗୁ କାଲିମେଳା ପଡ଼ିଆ ରାସ୍ତାର କନ୍ୟାଶ୍ରମ ପୋଲ ଉପରେ ୩-୪ ଫୁଟ ପାଣି ପ୍ରବାହିତ ହେଉଛି।

ଫଳରେ କାଲିମେଳା ଓ ପଡ଼ିଆକୁ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।  ବର୍ଷା ହେବା ଫଳରେ କାଲିମେଳା, କୋରୁକୁଣ୍ଡା, ମାଥିଲି ଓ ଖଇରପୁଟ ବ୍ଲକର ୧୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଭାଙ୍ଗିଛିି ଅନେକ ଲୋକଙ୍କ ଘର। ୧୦ ଦିନ ମଧ୍ୟରେ ତିନି ତିନି ଥରେ ବନ୍ୟା ଆସି ଲୋକଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି। ଜିଲ୍ଲା ପ୍ରଶସାନ ପକ୍ଷରୁ ବିପନ୍ନଙ୍କୁ ବିଭିନ୍ନ ଆଶ୍ରୟସ୍ଥଳରୀ ରଖାଯିବା ସହ ରନ୍ଧା ଓ ସୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି।

ଅନ୍ୟପଟେ  ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ପଶିରହିଛି। ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ଜିଲ୍ଲାର ବିଭିନ୍ନ ନଦୀରେ ପାଣି ବଢି ବନ୍ୟା ସ୍ଥିତି ସୃଷ୍ଟି ହେଉଛି।