Odiapua.com

ମାଲକାନଗିରିରେ ଲାଲ ଆତଙ୍କ

ମାଲକାନଗିରି,୨୦/୧୦,(ଓଡ଼ିଆ ପୁଅ ପି ନାୟକ): ମାଲକାନଗିରି ରେ ଲାଲ ବାହିନୀ ଆତଙ୍କ । ସେମାନଙ୍କ ଭୟରେ ଭୟଭୀତ ହୋଇ ରହିଛନ୍ତି ଆଦିବାସୀ ସଂପ୍ରଦାୟ ଲୋକ । ତେବେ ଲାଲ ଆତଙ୍କରେ ଏବେ ପୁରା ଆତଙ୍କିତ ଆଦିବାସୀ ଲୋକେ । ଭୟରେ ବାଧ୍ୟ ହୋଇ ଜୀବନ ବଞ୍ଚାଇବାକୁ ଯାଇ ନିଜ ପିଲାଛୁଆ ଧରି ଭିଟାମାଟି ଛାଡ଼ି ଯାଉଛନ୍ତି ୬ଟି ଆଦିବାସୀ ପରିବାର । ଅଭିଯୋଗ ଅନୁସାରେ, ମାଓବାଦୀମାନେ ସମସ୍ତ ସାଧାରଣ ଲୋକଙ୍କୁ ପୋଲିସ ଇନଫର୍ମର ଭାବି ମାରୁଛନ୍ତି । ମୋବାଇଲ ଫୋନ ବ୍ୟବହାର କରିବେ ବି ସନ୍ଦେହ କରୁଛନ୍ତି । ଯେଉଁଥିପାଇଁ ସେମାନେ ଘର ଛାଡି ଚାଲିଯାଉଛନ୍ତି ।