Odiapua.com

ମାଲକାନଗିରିରେ ଭୟାବହ ଅଗ୍ନିକାଣ୍ଡ,ଔଷଧ ଗୋଦାମରେ ନିଆଁ ଲାଗି ଏକ କୋଟିଟଙ୍କାର ଔଷଧ ପୋଡିଗଲା

ମାଲକାନଗିରି,୭ା୨(ଓଡିଆ ପୁଅ )  ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ଏକ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ଏକ କୋଟି ଟଙ୍କାର ଔଷଧ ପୋଡି ଯାଇଛି । ଆଜି ସକାଳେ ମାଲକାନଗିରି ଜିଲ୍ଲାସଦର ମହକୁମା ମାହେଶ୍ୱରୀ କଲୋନିରେ ଥିବା ସୁବ୍ରତ ମେଡିକାଲ ଏଜେନ୍ସି ଫାର୍ମାସେଉଟିକାଲ ଡିଷ୍ଟ୍ରିବ୍ୟୁଟର ଙ୍କ ଉପରତାଲା ଗୋଦାମ ଘରେ ହଟାତ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ଉପରତାଲାରୁ ଧୁଆଁ ଉଠୁଥିବାର ଦେଖି କିଛି କର୍ମଚାରିମାନେ ମାଲିକ ସୁଚିତକୁମାର ଦାସଙ୍କୁ କହିଥିଲେ ।ସେ ସଙ୍ଗେ ସଙ୍ଗେ ତାଙ୍କ ଗୋଦାମକୁ ଯାଇ ଦେଖିଲାବେଳକୁ ଘରସାରା ନିଆଁ ଓ ଧୁଆଁରେ ଭରପୁର ହୋଇଯାଇଛି, ସେ ସଙ୍ଗେ ସଙ୍ଗେ  ଅଗ୍ନିଶମ ବିଭାଗକୁ ଫୋନକରି ଜଣାଇଥିଲେ । ଘଟଣାସ୍ଥଳରେ ମାଲକାନଗିରି ଅଗ୍ନିଶମ ବିଭାଗର କର୍ମଚାରିମାନେ ୨ଟି ଦମକଳ ଗାଡି ଧରି ପହଁଚିଥିଲେ । ଗୋଦାମରେ ଔଷଧ ପେଟି, ଡିଓ ,ଅନ୍ୟାନ ଔଷଧ ଥିବାରୁ ନିଆଁ ର ପ୍ରକୋପ ଅଧିକ ଥିଲା,ଗୋଦାମ ଘର କାନ୍ଥଭାଙ୍ଗି ଦମକଳବାହିନୀ ନିଆଁ ଲିଭାଇଥିଲେ । ଏହି ଅଗ୍ନିକାଣ୍ଡର ଭୟାବହ ପରିସ୍ଥିତି ଯୋଗୁଁ କୋରକୁଣ୍ଡା ଠାରୁ ଆଉ ଦୁଇଟି ଦମକଳ ଗାଡି ଓ କର୍ମଚାରି ମାନଙ୍କୁ ଡକା ଯାଇ ନିଆଁକୁ ଆୟତ କରିଯାଇଥିଲେ ମଧ୍ୟ ଗୋଦାମରେ ଥିବା ପ୍ରାୟ କୋଟିଏ ଟଙ୍କାର ଔଷଧ ପୋଡି ନଷ୍ଟହୋଇ ଯାଇଛି ।ଏହି ଭୟାବହ ଅଗ୍ନିକାଣ୍ଡ ଦେଖିବା ପାଇଁ ମୁଖ୍ୟ ରାଜ ରାସ୍ତାରେ ହଜାର ହଜାର ସଂଖ୍ୟାରେ ଜନସାଧରଣଙ୍କ ଭିଡଲାଗି ଯାଇଥିବାରୁ ଟ୍ରାଫିକ ଜାମହୋଇ ଯାନବାହନ ଚଳାଚଳ କିଛି ସମୟ ଧରି ବନ୍ଦ ହୋଇ ଯାଇଥିଲା ।ମାଲକାନଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ । ଏହି ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ନିଆଁ ସଙ୍ଗେ ସଙ୍ଗେ ଘରଚାରି ପାଶ୍ୱର୍କୁ ବ୍ୟାପି ଯାଇଥିଲା, ବିଶେଷ କରି ଗୋଦାମରେ ଔଷଧ ସହ କିଛି ଡିଓ,କସମେଟିକ ପାଉଡର ସାମଗ୍ରୀ ଥିବାରୁ ବିଦ୍ୟୁତ ସର୍ଟସର୍କିଟ ହେବା ଦ୍ୱାରା ସେଥିରେ ନିଆଁ ଲାଗି ଡିଓ ବୋତଲଗୁଡିକ ଫାଟି ନିଆଁ ଚାରିଆଡକୁ ବିଛୁଡି ହୋଇଯାଇ ଅନ୍ୟାନ ଔଷଧ ପେଟିରେ ନିଆଁ ଲାଗି ଯାଇଥିଲା । ଦୁଇଟି ଦମକଳ ଏହି ନିଆଁକୁ ଲିଭାଇବା ପାଇଁ ସମ୍ଭବପର ନହେବାରୁ କୋରକୁଣ୍ଡା ଠାରୁ ଅନ୍ୟ ଦୁଇଟି ଦମକଳ ଅଣା ଯାଇ ମୋଟ ୧୮ଜଣ ଅଗ୍ନିଶମ ବିଭାଗ କର୍ମଚାରି ଦୀର୍ଘ ୫ଘଟାଂ ଅକ୍ଲାନ୍ତ ପରିଶ୍ରମକରି ଏହି ଭୟାବହ ଅଗ୍ନିକାଣ୍ଡକୁ ରୋକିଛନ୍ତି, ଯହା ଫଳରେ କି ଆଖପାଖରେ ଥିବା ଘର ଓ ଦୋକାନଗୁଡିକ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତି ଯାଇଛି ବୋଲି ମାଲକାନଗିରି ଜିଲ୍ଲା ଅଗ୍ନିଶମ ଅଧିକାରୀ ଗୁପ୍ତେଶ୍ୱର ଦାଶ କହିଛନ୍ତି ।