Odiapua.com

ମାଲକାନଗିରିରେ ପ୍ରବାଦ ପରୁଷ ବିଜୁପଟ୍ଟନାୟକଙ୍କ ୧୦ଫୁଟ ଉଚ୍ଚତାର ବ୍ରୋଞ୍ଚ ପ୍ରତିମୂର୍ତି ଉନ୍ମୋଚିତ

ମାଲକାନଗିରି, ୫ା୩ (ଓଡିଆ ପୁଅ) ଦୀର୍ଘ ବର୍ଷର ପ୍ରତିକ୍ଷା ପରେ ଆଜି ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ପ୍ରବାଦ ପୁରଷ ବିଜୁ ପଟନାୟକଙ୍କ ପ୍ରତିମୂର୍ତି ଉନ୍ମୋଚିତ ହୋଇ ଯାଇଛି। ପ୍ରବାଦପୁରଷ ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ଅବସରରେ ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବିବିଗୁଡା ପୁଷ୍କରଣୀ ନିକଟ ଉଦ୍ୟାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଷ୍ଟିତ ସ୍ୱର୍ଗତ ବିଜୁବାବୁଙ୍କର ୧୦ଫୁଟ ଉଚ୍ଚତାର ୧୩ ଲକ୍ଷ ୬୦ହଜାର ଟଙ୍କାର ବ୍ରୋଞ୍ଚ ପ୍ରତିମୂର୍ତ୍ତିକୁ ନବରଙ୍ଗପୁର ସାଂସଦ ବଳଭଦ୍ରମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ମୋଚନ କରିଛନ୍ତି। କଳିଙ୍ଗପୁତ୍ର, ପ୍ରବାଦପୁରୁଷ ବିଜୁବାବୁଙ୍କ ନୂତନ ଓଡିଶାର ପରିକଳ୍ପନା ଓ ତାଙ୍କର ଅବଦାନ ସମଗ୍ର ମାଲକାନଗିରି ଜିଲ୍ଲାବୀସୀ କେବେ ବି ଭୁଲିପାରିବେନାହିଁ, ତାଙ୍କ ଉଦ୍ୟମ କ୍ରମେ ମାଲକାନଗିରି ସବଡିଭିଜନ ଗତ ୧୯୯୨ ମସିହା ଅକ୍ଟୋବର ମାସ ୨ତାରିଖରେ ଜିଲ୍ଲାର ମାନ୍ୟତା ପାଇ ଆଜି ଗୌରବ ହାସଲକରିଛି। ତାଙ୍କ ସ୍ମୁତି ଉଦେଶ୍ୟରେ ଜିଲ୍ଲାବାସୀଙ୍କ ପାଇଁ ଏହି ପ୍ରତିମୂର୍ତି ଉତ୍ସର୍ଗିତ କରାଯାଉଛି ବୋଲି ସାଂସଦ କହିଥିଲେ। ଏହି ଉନ୍ମୋଚନ ସଭାରେ ଅନ୍ୟାନ ମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ମାନସ ମାଡକାମି, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ, ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷା ରାଜଓନ୍ତ କୌର, ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର, ପୌର ପରିଷଦ ସହକାରୀ ଯନ୍ତ୍ରୀ ଇଂ. ଇନ୍ଦୁମାଧବ ସରକାର, ସହରବାସୀ, ବୁଦ୍ଧିଜିବୀ, ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ତହସିଲଦାର ତଥା ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ ପରିଚାଳନା କରିଥିଲେ। ଜିଲ୍ଲାସଦର ମହକୁମା ମୁଖ୍ୟରାସ୍ତା କଡ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ୧୦ଫୁଟ ଉଚ୍ଚତାର ବିଜୁବାବୁଙ୍କ ବ୍ରୋଞ୍ଚ ପ୍ରତିମୂର୍ତି ଉଦଘାଟିତ ହେବାପରେ ଜିଲ୍ଲାବାସୀଙ୍କ ମନରେ ଖୁସର ଲହରି ଖେଳି ଯାଇଛି, ଏହି ପ୍ରତିମୂର୍ତିକୁ ଦେଖିବାପାଇଁ ପୋଖରୀ ନିକଟରେ ଶତାଧିକ ଲୋକଙ୍କ ଭିଡ ଲାଗିଯାଇଥିଲା।