Odiapua.com

ମାଲକନଗିରି ଜିଲ୍ଲାରେ ୧୦୦କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣପାଇଁ କ୍ୟାବିନେଟରେ ମଜୁଂରୀ

ମାଲକାନଗିରି,୧୩ା୮(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲାକନଗିରି ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାପାଇଁ ୧୦୦କୋଟି ଟଙ୍କାର ଅତ୍ୟାଧୁନିକ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣପାଇଁ ରାଜ୍ୟ କ୍ୟାବିନେଟରେ ଗତ କାଲି ମଜୁଂରୀହୋଇଛି ।ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ଓ କାଲିମେଳା ବ୍ଲକର ୧୦ଟି ଗ୍ରାମପଚାଂୟତର ୧୩୯ଟି ଗ୍ରାମରେ ବସବାସକରୁଥିବା ୫୬ହଜାର୨୦୦ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳପାଇପ ଲାଇନ ଯୋଗେଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ସୁଚନା ଯୋଗ୍ୟଯେ ଏହି ସବୂୁଗ୍ରମରେ ବିଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ନଥିବାରୁ କିଛିଗ୍ରାମବାସୀ ନଦୀନାଳରେ ଚୁଆଖୋଳି ଗୋଲିଆ ମାଟି ମିଶା ପାଣି ବ୍ୟବହାର କରିବା ସହିତ ଆଉକିଛି ଗ୍ରାମବାସୀ ଗାଁରେ ଥିବା ନଳକୂପରୁ ଲୁହାମିଶ୍ରିତ ଗୋଳିଆ ପାଣିବ୍ୟବହାର କରି କିଡନୀ ଓ ନାନାପ୍ରକାର ପେଟ,ଚର୍ମଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିଲେ ଓ ଅନେକ ଗ୍ରାମରେ ଦୀର୍ଘବର୍ଷଧରି ପିଇବା ପାଣିର ସମସ୍ୟା ଲାଗିରହିଥିଲା, ଏହି ସବୁଗ୍ରାମକୁ ତୁରନ୍ତ ବିଶୁଦ୍ଧ ପାନୀୟ ଜଳଯୋଗାଣର ବ୍ୟବସ୍ଥା କରିବା ପାଇଁ ବାରମ୍ବାର ଗ୍ରାମବାସୀମାନେ ସରକାରଙ୍କ ନିକଟରେ ଦାବିକରିଆସୁଥିଲେ ।ବିଳମ୍ବର ହେଉପଛେ ଗ୍ରାମବାସୀ ମାନଙ୍କ ଦୁଃଖ ବୁଝିଛନ୍ତି ରାଜ୍ୟସରକାର,ଗତକାଲି ରାଜ୍ୟକ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ନବୀନପଟନାୟକ ମାଲକାନଗିରି ଓ କାଲିମେଳା ବ୍ଲକର ୧୦ଟି ପଚାଂୟତରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ନିମନ୍ତେ୧୦୦କୋଟିରୁ ଉର୍ଦ୍ଦଟଙ୍କାରେ ମେଗାପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ଘୋଷଣା କରିଛନ୍ତି । ଏହା ଦ୍ୱାରା ୧୦ଟି ପଚାଂୟତର ୧୩୯ଗ୍ରାମର୫୬ହଜାର୨୦୦ଲୋକ ବିଶୁଦ୍ଧ ପାନୀୟଜଳ ପାଇପାରିବେ । ଏହି ଘୋଷଣାର ଖବର ପାଇ ପୁବ ର୍ତନ ମାଲକାନଗିରି ବିଧାୟକ ତଥା ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷ ଅଧକ୍ଷ ମାନସ ମାଡକାମି ଙ୍କ ସହିତ ମାଲକାନଗିରି ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀ ଙ୍କ ଏହି ପଦକ୍ଷେପକ ସାଧୁବାଦ ଜଣାଇ କୃତଜ୍ଞତା ଜ୍ଞାପନ କରିବାସହିତ ଧନ୍ୟବାଦ ଜଣାଇଛନ୍ତି