Odiapua.com

ମାର୍ଚ୍ଚ ୩ରୁ ଆରମ୍ଭ ହେବ ଚଳିତ ବର୍ଷର +୨ ପରୀକ୍ଷା

ଭୁବନେଶ୍ୱର୨୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି CHSE ଅଫିସରେ ପରିକ୍ଷା କମିଟି ବୈଠକ ବସି ଆସନ୍ତା ମାର୍ଚ୍ଚ ୩ ତାରିଖରୁ +୨ ପରିକ୍ଷା ଆରମ୍ଭ କରାଯିବ ବୋଲି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ମାର୍ଚ୍ଚ ୩ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୮ ଯାଏ ଚାଲିବ।ସେହିପରି ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୨୬ ପର‌୍ୟ୍ୟନ୍ତ ଚାଲିବ। କଳା ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖରେ ଶେଷ ହେବ। ତେବେ ଜାନୁଆରୀ ୨୭ରୁ ଫେବ୍ରୁଆରୀ ୫ ଯାଏ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ। ଏବର୍ଷ ମୋଟ ୩ ଲକ୍ଷ ୪୯ ହଜାର ୧୫୪ ପିଲା ପରୀକ୍ଷା ଦେଉଛନ୍ତି।