ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଆଗାମୀ ୧୦ ତାରିଖ ଗୁରୁବାର ଦିନ ଭଦ୍ରକ ଜିଲ୍ଲାକୁ ସମ୍ମାନନୀୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ନେଇ ରାଜଭବନରୁ ଜିଲ୍ଲା ପ୍ରଶାସନକୁ କାର୍ଯ୍ୟସୂଚୀ ପ୍ରାପ୍ତ ହୋଇଛି। ଏହି ଗ୍ରସ୍ତରେ ସେ ୧୨ଘ.୩୦ମିରେ ବାସୁଦେବପୁର ଏଡ଼୍ତାଳରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପାଓନକ୍ଷେତ୍ରରେ ପହଞ୍ôଚ ପ୍ରଭୃଙ୍କୁ ଦର୍ଶନ କରି ଶ୍ରୀଜଗନ୍ନାଥ ମହୋତ୍ସବ ଓ ସଂକୀର୍ତ୍ତନ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିବେ। ମନ୍ଦିର ବେଢ଼ା ପରିସରରେ ଆୟୋଜିତ ମଞ୍ଚ କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବେ। ଅପରାହ୍ନରେ ତିହିଡ଼ିର ତାଳପଦା ଠାରେ ଥିବା କାନ୍ତକବି ସମାଧିପୀଠରେ ପହଞ୍ôଚ ୪ଘ.୫ମିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ। ଅପରାହ୍ନ ଘ୪.୩୦ମିରେ ଦୋଳସାହି ଆର୍.ଏନ୍.ହାଇସ୍କୁଲର ପ୍ଲାଟିନମ୍ ଜୁବିଲି କାର୍ଯ୍ୟକ୍ରମରେ ଯୋଗଦେବେ।