Odiapua.com

ମାରୁତି ସେନା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟକୁ ତୁରନ୍ତ ଲୋକଲୋଚନକୁ ଆଣିବା ପାଇଁ ବନ୍ତ ବ୍ଲକ୍‌ର ସାମାଜିକ ସଂଗଠନ ମାରୁତି ସେନା ପକ୍ଷରୁ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ସାମାଜିକ କର୍ମୀ ତଥା ମାନବପ୍ରେମୀ ଆଦିତ୍ୟ ଦାସ ଦୀର୍ଘ ଦିନ ଧରି ଅସହାୟ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ସହ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟରେ ସଂମ୍ପୃକ୍ତ ହୋଇ ବେଶ୍ ସୁଖ୍ୟାତି ଅର୍ଜନ କରିଥିଲା ବେଳେ କେତେକ ଇର୍ଷାପରାୟଣ ବ୍ୟକ୍ତିଙ୍କ ଷଡଯନ୍ତ୍ରର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ଆଦିତ୍ୟଙ୍କ ମୃତ୍ୟୁର ପ୍ରକୃତ କାରଣ ଲୋକଲୋଚନକୁ ଆଣିବା ନିମନ୍ତେ ରାଜ୍ୟ ସରକାର ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚ୍‌କୁ ଦେଇଥିଲେ । ତେବେ ତଦନ୍ତର ଶିଥଳତାକୁ ବିରୋଧ କରି ମାରୁତିସେନାର ସଭାପତି ଆଲୋକ କୁମାର ରାଉତ, ସମ୍ପାଦକ ପ୍ରେମାନନ୍ଦ ଜେନା, ସଭ୍ୟ ରାଧାକାନ୍ତ ଓଝା, କାଳିଶଙ୍କର ରାୟ, ଆଶୁତୋଷ ଦାସ, ଭାଗିରଥୀ ଜେନା, ବୀର କିଶୋର କର, ମଧୁସ୍ମିତା ବେଜ, ସାଗରିକା ମହାପାତ୍ର, ସାବିତ୍ରୀ ଦେ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ ।