Odiapua.com

ମାରଣାସ୍ତ୍ରରେ ଆକ୍ରମଣ; ଜଣେ ଆହତ

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ଗ୍ରାମର ସଞ୍ଜିବ ଘଡାଇଙ୍କୁ ପଡୋଶୀ ଗୌରାଙ୍ଗ ଘଡାଇ, ରଞ୍ଜନ ଘଡାଇ, କାର୍ତ୍ତିକ ଘଡାଇ ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ପୂର୍ବ ଶତ୍ରୁତାରୁ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସଞ୍ଜିବଙ୍କ ହାତ, ଛାତି ଆଦିରେ ଗଭୀର କ୍ଷତ ସୃଷ୍ଟି ହୋଇଛି ବୋଳି ପତ୍ନୀ ଶାନ୍ତିଲତା ଥାନାରେ ଅଭିଯୋଗ କରିଛନ୍ତି। ସଞ୍ଜିବ ଭଣ୍ଡାରିପୋଖରୀ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଥାନାରେ ଏଥିନେଇ କୌଣସି ମାମଲା ଋଜୁ ହୋଇନଥିବା ଜଣାଯାଇଛି।