Odiapua.com

ମା’ବୀଣାପାଣି ସ୍ପୋର୍ଟସ ଆସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ କୁବେରା ପଞ୍ଚାୟତ ମାଙ୍କଡ଼କୋଲା ଠାରେ ମା’ ବୀଣାପାଣି ସ୍ପୋର୍ଟସ ଆସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇ ଯାଇଛି। ଫାଇନାଲ ମ୍ୟାଚରେ ତଳଗୋପବିନ୍ଧା ଐଶାନ୍ୟଚଣ୍ଡୀ କ୍ରିକେଟ କ୍ଲବ ଓ ବାରୋଡିହ ଏମବିସି କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଐଶାନ୍ୟଚଣ୍ଡି ଟସ୍ ଜିତି ବ୍ୟାଟିଂ କରି ୧୮ ଓଭରରେ ୧୫୩ ରନ ସଂଗ୍ରହ କରିଥିଲା। ଜବାବରେ ଏମବିସି ସମସ୍ତ ଉଇକେଟ ହରାଇ ୧୩୫ ରନ କରିଥିଲା। ଫଳରେ ଐଶାନ୍ୟ ଚଣ୍ଡି ଚମ୍ପିଅନ ହୋଇଥିଲା। ଏହି ଖେଳକୁ ଅମ୍ପେୟାର ଭାବେ ସରୋଜ ମଳିକ ଓ ଚନ୍ଦନ ଦାସ ପରିଚାଳନା କରିଥିଲେ। ଏହି ଅବସରରେ ଉଦ୍‌ଯାପନୀ ସଭାରେ ସମାଜସେବୀ ହେମନ୍ତ ରାଉତ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା କଳିଂଗ କଳାକାର ସଂଘ କୋଷାଧ୍ୟକ୍ଷ ହେମନ୍ତ କୁମାର ସ୍ୱାଇଁ ଓ ମୁଖ୍ୟବକ୍ତା ଭାବେ ସମିତିସଭ୍ୟାଙ୍କ ପ୍ରତିନିଧି ଅନୀଲ ନାୟକ ପ୍ରମୁଖ ଯୋଗଦେଇ ଚମ୍ପିଅନ ଦଳକୁ ଟ୍ରଫି ଓ ରନର୍ସଅପ ଦଳକୁ କପ୍ ପ୍ରଦାନ କରିଥିବା ବେଳେ ମ୍ୟାନଅଫଦ ସିରିଜ ଭାବେ ନାରାୟଣ ଖଟୁଆଙ୍କୁ ପୁରସ୍କୃତ କରାଯାଇଥିଲା। ଯୁବ କ୍ରୀଡ଼ାପ୍ରେମୀ ସୁଶାନ୍ତ କୁମାର ନାୟକ ସଭା ପରିଚାଳନାରେ ସହଯୋଗ କରିଥିବା ବେଳେ ରବିନ୍ଦ୍ର ମଳିକ, ଜଗନ୍ନାଥ ମଳିକ, ନିତ୍ୟାନନ୍ଦ ମଳିକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।