Odiapua.com

ମା’ବିଲନାହାକଣୀ କ୍ରିକେଟ କ୍ଲବ ପକ୍ଷରୁ ପଂଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ

କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚାୟତର ବନ୍ଧକଟାସ୍ଥିତ ମା’ବିଲନାହାକଣୀ କ୍ରିକେଟ କ୍ଲବର ୧୦ମ ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠିତ ଏକ ପଂଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି। ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଂଟରେ ବଛରାଇର ମା’ବୃନ୍ଦାବତୀ କ୍ରିକେଟ କ୍ଲବ, ସାହାସପୁରର ଏମ.ଏ.ସି. କ୍ରିକେଟ କ୍ଲବ, ହଜାରିବଗିଚାର ରାଉତବ୍ରଦର୍ସ କ୍ରିକେଟ କ୍ଲବ, ଗୋପର ଅମରେଶ୍ୱର ସ୍ପୋଟିଂ କ୍ଲବ, ଏଣ୍ଡରର ବି.ଏମ.ସି.ସି. କ୍ରିକେଟ କ୍ଲବ, ପୁରୁଷୋତ୍ତମପୁରର ୭ ସି.ସି. କ୍ରିକେଟ କ୍ଲବ, କୁହୁଡିର ଏସ.ଏମ.ପି. କ୍ରିକେଟ କ୍ଲବ ଓ ଜଗଦିସପୁରର ବି.ଏମ.ସି.ସି. କ୍ରିକେଟ କ୍ଲବ ପ୍ରଭୃତି ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ସାହାସପୁରର ଏମ.ଏ.ସି. କ୍ରିକେଟ କ୍ଲବ ୧୫ଓଭରରେ ୯ୱିକେଟ ହରାଇ ୧୪୬ରନ କରିଥିବା ବେଳେ ତା’ର ଜବାବରେ ଜଗଦିସପୁରର ବି.ଏମ.ସି.ସି. କ୍ରିକେଟ କ୍ଲବ ୧୫ଓଭରରେ ୭ୱିକେଟ ବିନିମୟରେ ମାତ୍ର ୧୨୦ରନ କରିବାକୁ ସକ୍ଷମ ହୋଇଥିଲା। ଏହି ଉପଲକ୍ଷେ ପ୍ରଫୁଲ୍ଲ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ କଂସାର ପଂଚାୟତ ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା ମୁଖ୍ୟ ଅତିଥି, ଆଇନବଜୀବି ବିଧୁଭୂଷଣ ମହାପାତ୍ର, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ସମାଜସେବୀ ସନ୍ତୋଷ କୁମାର ବେହେରା, ଅଗଣି ରାଉତ ଓ ଗଜେନ୍ଦ୍ର ପରିଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳ ଏମ.ଏ.ସି. କ୍ରିକେଟ କ୍ଲବକୁ ଚମ୍ପିୟନ ଟ୍ରଫି ଓ ୫ହଜାର ଟଙ୍କା ଏବଂ ପରାଜିତ ଦଳ ବି.ଏମ.ସି.ସି. କ୍ରିକେଟ କ୍ଲବକୁ ରନର୍ସଅପ ଟ୍ରଫି ଓ ୪ହଜାର ଟଙ୍କା ପ୍ରଦାନ କରିଥିଲେ। ମା’ବିଲନାହାକଣୀ କ୍ରିକେଟ କ୍ଲବ ପକ୍ଷରୁ ମନୋରଞ୍ଜନ ସାମଲ, ବିଶ୍ୱଜିତ ରାଉତ, ତପନ କୁମାର ରାଉତ, ସୁଦିପ୍ତ ରାଉତ, ରାଜା ସାମଲ, ଜଗଦିଶ ରାଉତ, ପ୍ରେମାନନ୍ଦ ସାମଲ, ଗଣେଶ ସାମଲ, ମୁନା ରାଉତ, ଅମର ରାଉତ, ଆଲୋକ ରାଉତ, ଭାଗିରଥୀ ସାମଲ ଓ ବରୁଣ ରାଉତ ପ୍ରମୁଖ ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ।