Odiapua.com

ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳାହାଣ୍ଡି କୋଭିଦ ହସପିଟାଲ ଉଦଘାଟିତ

କଳାହାଣ୍ଡି ତା.୧୯.୦୬.୨୦୨୧ ( ଓଡିଆପୁଅ ) ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳାହାଣ୍ଡି ଇଂଜିନିୟରିଂ କଲେଜ ଠାରେ ବେଦାନ୍ତ ସହଯୋଗରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଦ ହସପିଟାଲ ଉଦଘାଟିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ ସମେତ ସଚିବ ଭି.କେ. ପାଣ୍ଡିୟାନ, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରୀପାଠୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ,ନର୍ଲା ବିଧାୟକ ଭୂପିନ୍ଦର ସିଂ, ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ପ୍ରମୂଖ ଉପସ୍ଥିତ ଥିବା ବେଳେ ଇଂଜିନିୟରିଂ କଲେଜ ଠାରେ ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସାଂସଦ ବସନ୍ତ ପଣ୍ଡା, ସାଂସଦ ସୂଜିତ କୁମାର, ବିଧାୟକ ମୌଷଧି ବାଗ ଓ ପ୍ରଦୀପ ଦିଶାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମୀତା ରାଣି ସାହ. ବେଦାନ୍ତ ଡେପୁଟୀ ସିଇଓ ଡି.ଡି.ପଲ ପ୍ରମୂଖ ଉପସ୍ଥିତ ଥିଲେ । କଳାହାଣ୍ଡି ଜିଲ୍ଲାପାଳ ସ୍ୱାଗତ ଭାଷନ ଦେଇଥିବା ବେଳେ ମାନ୍ୟବର ମୂଖ୍ୟମନ୍ତ୍ରୀ କରୋନାର ଦ୍ୱିତୀୟ ଲହରରେ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ତ୍ୟାଗ ଓ ଶ୍ରମ ଦାନ କରି ନିଷ୍ଠାର ସହ ଦାୟୀତ୍ୱ ର ଦାୟୀତ୍ରବ ତୁଳାଇଥିବା ହେତୁ ଧନ୍ୟବାଦ ଦେବା ସହ ସମସ୍ତେ କୋଭିଡ ଗାଇଡ ଲାଇନ ମାନିବାକୁ ଆହ୍ୱାନ ଜଣାଇଥିଲେ । ସେହିପରି କୋଭିଡ ହସପିଟାଲ ସ୍ଥାପନରେ ବେଦାନ୍ତ ସହଯୋଗ କରିଥିବାରୁ ବେଦାନ୍ତ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । କଳାହାଣ୍ଡି ଓ ଆଖପାଖ ଅଂଚଳର ଲୋକଙ୍କ ପାଇଁ ଏହି କୋଭିଡ ହସପିଟାଲ ବରଦାନ ସଦୃଶ୍ୟ କାର୍ଯ୍ୟ କରିବ ବୋଲି ଗୃହରାଷ୍ଟ୍ର ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଆଗାମୀ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି କୋଭିଡ ହସପିଟାଲରେ ଆଉଟ ଡୋର ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ସହ ଅକ୍ସିଜେନ ସଂଶ୍ଳିଷ୍ଟ ଶଯ୍ୟା, ୧୬ ଟି ଆଇସିୟୁ ଶଯ୍ୟା,୧୬ଟି ଏଚଡିୟୁ ଶଯ୍ୟା,୧୫ ଟି ଏଚଆଇଡି ଶଯ୍ୟା ସହ ଭେଂଟିଲେଟର ଉପଲବ୍ଧ ଥିବା ପ୍ରକାଶ । ଏହାସହିତ ସ୍ୱତନ୍ତ୍ର ଶିଶୁ ୱାର୍ଡ, ସମସ୍ତ ସୁବିଧାଯୁକ୍ତ ପରୀକ୍ଷାଗାର ରହିଥିବା ବେଳେ ରୋଗୀ ମାନଙ୍କୁ ମାଗଣାରେ ନିଦାନ, ଔଷଧ ଓ ଚିକିତ୍ସା ସେବା ଯୋଗାଇଦେବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।