Odiapua.com

ମାନବିକତା ଦେଖାଇଲେ ଲୋକପ୍ରିୟ ଜିଲ୍ଲାପାଳ:ଦିବ୍ୟାଙ୍ଗ ଯୁବତୀଙ୍କୁ ଜଣାଇଲେ ସମ୍ମାନ

ନବରଙ୍ଗପୁର ୨୧-୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଳି ଶିବିରରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ସମ୍ମାନ ଜଣାଇଲେ ନବରଙ୍ଗପୁର ଜିଲ୍ଲାପାଳ ଡ.କମଳଲୋଚନ ମିଶ୍ର। ଦିବ୍ୟାଙ୍ଗମାନଙ୍କ ସହାୟକ ସାମଗ୍ରୀ ବଣ୍ଟନ କାର୍ଜ୍ୟକ୍ରମରେ ଯୁବତୀ ଜଣକ ପହଞ୍ଚିବା ପରେ ଜିଲ୍ଲାପାଳ ଶ୍ରୀ ମିଶ୍ର ନିଜ ଆସନରୁ ଉଠି ପଡି ସମ୍ମାନ ଜଣାଇଥିଲେ। ଏହା ସହ ଦିବ୍ୟାଙ୍ଗ ଯୁବତୀଙ୍କ ଚିକିତ୍ସା ବ୍ୟବସ୍ଥା କରି ଥିଲେ। ଏପରିକି ଅନ୍ୟ ଦିବ୍ୟାଙ୍ଗମାନଙ୍କ ସହ ଗୋଟିଏ ଗୋଡ ନ ଥିବା ଜଣେ ଯୁବତୀ ମଧ୍ୟ ଉକ୍ତ ଶିବିରରେ ପହଞ୍ଚିଥିଲେ। ସେ ନିଜ ସମ୍ପର୍କିୟଙ୍କ ସହ ଗୋଟିଏ ଗୋଡରେ ଡ଼େଇଁ ଡେଇଁ ପ୍ରକୋଷ୍ଟରେ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଥିବା ନବରଙ୍ଗପୁର ଜିଲ୍ଲା ଲୋକପ୍ରିୟ ଜିଲ୍ଲାପାଳ ନିଜ ଚେୟାରରୁ ଉଠି ପଡି ଦିବ୍ୟାଙ୍ଗଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ସମସ୍ୟା ଶୁଣିବା ପରେ ତାଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ। ଶିବିର ସ୍ଥଳରୁ ହିଁ ଭିଡିଓ କନ୍ଫରେନ୍ସି ଜରିଆରେ ଭୁବନେଶ୍ଵରର ଜଣେ ଅଙ୍ଗ ବିଶେଷଜ୍ଞଙ୍କ ସହ ଆଲୋଚନା କରି ଯୁବତୀଙ୍କ ପ୍ରାଥମିକ ପରୀକ୍ଷା କରାଇଥିଲେ। ଏହାସହ ଖୁବଶୀଘ୍ର ତାଙ୍କ ଚିକିତ୍ସା ବ୍ୟବସ୍ଥା କରାଇବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଜିଲ୍ଲାପାଳଙ୍କଏଭଳି ମାନବିକତାକୁ ବିଭିନ୍ନ ମହଲରେ ଭୁୟଶି ପ୍ରଶଂସା କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ଶୁଶ୍ରୀ ଓ ଜିଲ୍ଲାର ସମସ୍ତ ବିଭାଗ ର ଉଚ୍ଚ ପଦସ୍ଥ ଅଧିକାରୀ ଵୃନ୍ଦ ଉପସ୍ତିତ ରହି ଥିବାବେଳେ ବ୍ଲକ ର ସମସ୍ତ ଅଧିକାରୀ ମାନଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।