Odiapua.com

ମାନବାଧିକାର କର୍ମୀ ତଥା ଅଧିବକ୍ତା ରାଧାକାନ୍ତ ତ୍ରିପାଠୀଙ୍କ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଆବେଦନ, ଦୁର୍ଗମ ଅଂଚଳରେ ବାସ କରୁଥିବା ସମାଜର ଦୁର୍ବଳ ଲୋକଙ୍କୁ ତ୍ୱରିତ ନ୍ୟାୟ ପାଇଁ ‘ଜଷ୍ଟିସ୍ ଆମ୍ବୁଲାନ୍ସ ସେବା’ର ଆବଶ୍ୟକତା ରହିଛି

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁଦୂର ଦୁର୍ଗମ ଅଂଚଳରେ ବାସ କରୁଥିବା ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କୁ ତ୍ୱରିତ ଅର୍ଥାତ୍ ଶୀଘ୍ର ନ୍ୟାୟ ପାଇଁ ନୀତି ପ୍ରଣୟନ କରିବା ନେଇ ଜାତୀୟ ମାନବାଧିକାର ଆୟୋଗ ଭାରତ ସରକାରଙ୍କ ସଚିବ ଆଇନ୍ ଏବଂ ନ୍ୟାୟ ମନ୍ତ୍ରଣାଳୟଙ୍କ ନିକଟରୁ ଏଟିଆର (ଆକ୍ସନ ଟେକେନ ରିପୋର୍ଟ) ମାଗିଛନ୍ତି। ଭଦ୍ରକ ନିବାସୀ ତଥା ସର୍ବୋଚ ନ୍ୟାୟାଳୟର ଅଧିବକ୍ତା ତଥା ମାନବାଧିକାରୀ କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ କରିଥିବା ଆବେଦନ ଉପରେ ଉପରୋକ୍ତ ଆଦେଶ ପାରିତ ହୋଇଛି। ସେ ନିଜର ଆବେଦନରେ ଲୋକମାନେ ଶୀଘ୍ର ନ୍ୟାୟ ପାଉନଥିବାରୁ ଗ୍ରାମାଂଚଳ ଦୁର୍ଗମ ତଥା ଆର୍ଥିକ ଅନଗ୍ରସର ଅଂଚଳରେ ତୁରନ୍ତ ଆଇନଗତ ସହାୟତା ଯୋଗାଇବା ପାଇଁ ଏକ ‘ଜଷ୍ଟିସ୍ ଆମ୍ବୁଲାନ୍ସ’ ସେବା ଯୋଗାଇଦେବା ପାଇଁ ନିବେଦନ କରିଥିଲେ। ଶ୍ରୀ ତ୍ରିପାଠୀ ଦୁର୍ଗମ ଅଂଚଳରେ ରହୁଥିବା ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଲୋକମାନଙ୍କ ପାଇଁ ଜଷ୍ଟିସ୍ ନିହାତି ଜରୁରୀ ହୋଇଥିବାର ଦର୍ଶାଇ ନିର୍ଦ୍ଧାରିତ ଭିତିରେ କାର୍ଯ୍ୟକରିବା ପାଇଁ ଭାରତର ପ୍ରତ୍ୟେକ ଜିଲାରେ ଜଷ୍ଟିସ୍ ଆମ୍ବୁଲାନ୍ସ ସେବା ସୁନିଶ୍ଚିତ କରିବା ନେଇ ହସ୍ତକ୍ଷେପ ଲୋଡିଛନ୍ତି। ମାନବାଧିକାର ଆୟୋଗ ତାଙ୍କର ଆବେଦନକୁ ବିଚାର କରି ପ୍ରତ୍ୟେକ ବ୍ୟକ୍ତିର ମାନବାଧିକାର ସୁରକ୍ଷା ଦିଗରେ “ବିଳମ୍ବିତ ନ୍ୟାୟ ନୁହେଁ” ଭିତିରେ ଶୀଘ୍ର ଶୁଣାଣି ତଥା ଦ୍ୱାରଦେଶରେ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉପରୋକ୍ତ ପଦକ୍ଷେପ ନେବାର ଜରୁରୀ ଆବଶ୍ୟକତା ରହିଥିବାର ଦର୍ଶାଇଛନ୍ତି। ଫଳରେ ଶ୍ରୀ ତ୍ରିପାଠୀଙ୍କ ଆବେଦନ ମୂଳେ କେଶ୍ ନଂ ୨୪୩/୯୦/୦/୨୦୨୫ ଜାତୀୟ ମାନବାଧିକାର କମିଶନ (ଆଇନ୍ ବିଭାଜନ) ଆୟୋଗ ସଂପୃକ୍ତ ମନ୍ତ୍ରଣାଳୟରୁ ଉତର ମାଗିଥିଲା। ଏବଂ ଏହି ମାମଲାର ଜରୁରୀ ପଦକ୍ଷେପ ପାଇଁ ୧୫ଦିନ ମଧ୍ୟରେ ଶୀଘ୍ର ମନ୍ତବ୍ୟ ପ୍ରଦାନ କରିଥିଲା। ଆଇନ୍ ବିଭାଜନର ତା ୨୭.୦୨.୨୫ ରିଖର ଅଭିଯୋଗ ମୂଳେ ତା ୦୫.୦୩.୨୫ ରିଖରେ ଆୟୋଗଙ୍କ ନିକଟରେ ଉକ୍ତ ଆବେଦନ ରଖାଯାଇଥିଲା। ଫଳରେ ଆୟୋଗ ଶ୍ରୀ ତ୍ରିପାଠୀଙ୍କ ତା ୨୭.୦୨.୨୫ ରିଖର ଅଭିଯୋଗ ମୂଳେ ଏବଂ ସର୍ବୋଚ୍ଚ ନ୍ୟାୟାଳୟ, ନୂଆଦିଲ୍ଲୀର ଆୟୋଗରେ ତା ୨୮.୦୨.୨୫ ରିଖରେ ତାହା ଗ୍ରହଣ କରାଯାଇଛି। ଶ୍ରୀ ତ୍ରିପାଠୀଙ୍କ ଅଭିଯୋଗ ମୂଳେ ଜାତୀୟ ମାନବାଧିକାର କମିଶନ ଜଷ୍ଟିସ୍ ଆମ୍ବୁଲାନ୍ସ ପଦକ୍ଷେପ ପ୍ରତିଷ୍ଠା କରିବାକୁ ପରାମର୍ଶ ଦେବା ସହ ଏହି ମୋବାଇଲ୍ ସହାୟତା ସେବା ମାଗଣା ଆଇନ୍ ପରାମର୍ଶ ଦାତା ସଚେତନତା ଅଭିଯାନ ରେଫରାଲ ସେବା, ଜରୁରୀକାଳୀନ ଆଇନଗତ ହସ୍ତକ୍ଷେପ ସହିତ ବିଭିନ୍ନ ସେବା ପ୍ରଦାନ କରିବ। ଏହି ସେବା ନିର୍ଦ୍ଧାରିତ ଭିତିରେ ଏନ୍‌ଜିଓ ଓ ସ୍ଥାନୀୟ ଏଜେନ୍ସିର ସହଯୋଗରେ ଦୁର୍ଗମ ଅଂଚଳରେ ସେବା ଯୋଗାଇବ। ଏବଂ ନ୍ୟାୟ ପାଇବା ନେଇ ଯେଉଁ ଦୂରତା ରହିଛି, ତାହାକୁ ଦୂର କରିବାରେ ସାହାଯ୍ୟ କରିବ। ଏଥିସହ ମହିଳା, ଶିଶୁ, ଅନୁସୂଚିତ ଜାତି ଜନଜାତି, ସଂଖ୍ୟାଲଘୁ ସଂପ୍ରଦାୟ ଭଳି ଲୋକଙ୍କୁ ନ୍ୟାୟ ଦେବାର ଅଧିକାରକୁ ସାବ୍ୟସ୍ତ କରିବ ବୋଲି ସେ ଦର୍ଶାଇଛନ୍ତି। ଆୟୋଗଙ୍କ ବିଚାରଧାରାରେ ଶ୍ରୀ ତ୍ରିପାଠୀଙ୍କ ଆବେଦନକୁ ଉଚତ୍ ଦର୍ଶାଇ ଉପରୋକ୍ତ ସେବା ଯୋଗାଇଦେବାରେ ଆନୁସଂଗିକ ପଦକ୍ଷେପ ନେବାପାଇଁ ରେଜେଷ୍ଟ୍ରି ଅଭିଯୋଗର ଏକ ନକଲକୁ ନୂଆଦିଲ୍ଲୀର ସଚିବ, ଏମ୍ ଓ ଆଇନ୍ ଜଷ୍ଟିସ୍‌ଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯିବା ସହ ୧୫ଦିନ ମଧ୍ୟରେ ତାଙ୍କ ମନ୍ତବ୍ୟକୁ ଶୀଘ୍ର ପ୍ରଦାନ କରିବାକୁ କୁହାଯାଇଛି।