Odiapua.com

ମାଦଳ ଓ ଘଂଟ ନାଦ ମଧ୍ୟରେ ଛୁଆ ଗଣେଶଙ୍କ ଭସାଣି

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶେଷ ହୋଇଛି ଭଦ୍ରକର ଛୁଆ ଗଣେଶଙ୍କ ଭସାଣି ଉତ୍ସବ । ଏଥିସହ ଶେଷ ହୋଇଛି ଭଦ୍ରକର ପ୍ରସିଦ୍ଧ ଗଣେଶ ପୂଜା । ଏଥରକ କୋଭିଡ କଟକଣା ମଧ୍ୟରେ ପୂର୍ବର ସବୁ ଉତ୍ସାହରେ ଭଟ୍ଟା ଆଣିଥିଲା । ଭଦ୍ରକର ଗଶେଷ ପୂଜାର ଐତିହାସିକ ଗୁରୁତ୍ୱ ରହିଛି । ଏଠାରେ ବୁଢା, ଟୋକା, ପିଲା, ଛଉଆ ଓ କାଞ୍ଚନ ଗଣେଶ ପୂଜା ପାଇଥା’ନ୍ତି । ଏଥରକ ସାରା ସହରରେ ଗଣେଶଙ୍କ ପୂଜୋତ୍ସବ ହେବ କି ନାହିଁ ତା’କୁ ନେଇ ବହୁ ଦ୍ୱନ୍ଦ୍ୱ ଆରମ୍ଭରୁ ଦେଖା ଦେଇଥିଲା । ସ୍ଥାୟୀ ପୂଜାମଣ୍ଡପରେ ପୂଜୋତ୍ସବ ହେବା ନହେବା ନେଇ ମଧ୍ୟ ଦ୍ୱନ୍ଦ୍ୱ ହୋଇଥିଲା । ପରେ କେବଳ ସ୍ଥାୟୀ ମଣ୍ଡପରେ ବିନା ଶ୍ରଦ୍ଧାଳୁଙ୍କ ଆଗମନରେ ପରମ୍ପରା ରକ୍ଷା ଲାଗି ହୋଇଥିଲା ପୂଜା । ୍‌ତେବେ ପୂଜା ପରେ ଭସାଣି ବେଳକୁ ସାଧାରଣ କୋଭିଠ କଟକଣା କିଛିଟା କୋହଳ ହୋଇଥିବାରୁ ତା’ଭିତରେ ନିରାଡମ୍ବର ଭସାଣିକୁ ସମ୍ପନ୍ନ କରିଛନ୍ତି ପୂଜା କମିଟି । ଆଜି କୁଆଁସର ଛୁଆ ଗଣେଶ କମିଟି ପକ୍ଷରୁ ଭସାଣି ଶେଷ ହୋଇଛି । କମିଟିର ମୁଖ୍ୟ ଉପଦେଷ୍ଟା ଅତିଶ କୁମାର ବେହେରା, ଆଶିଶ ଅମିତାଭ ମହାପାତ୍ର, ଚାରୁଦତ୍ତ ନାୟକ, ପୂଜା କମିଟିର ବରିଷ୍ଠ ସଦସ୍ୟ ଅମିତ ମୁଖୀ, ଚନ୍ଦନ ଦାସଙ୍କ ନେତୃତ୍ୱରେ ଅପରାହ୍ନ ୪ଟା ସମୟରେ ଛୁଆ ଗଣେଶଙ୍କୁ ଏକ ନିରାଡମ୍ବର ଶୋଭାଯାତ୍ରାରେ ନିଆଯାଇ ସାଳନ୍ଦୀ ନଦୀରେ ବିସର୍ଜନ କରାଯାଇଥିଲା । କେବଳ କମିଟିର ମାଦଳ ବାଜା ଓ ଘଣ୍ଟନାଦ ମଧ୍ୟରେ ଅଳ୍ପ କେତେକ ସଦସ୍ୟଙ୍କୁ ଗହଣରେ ଏହି ଭସାଣି ଶୋଭାଯାତ୍ରା କୋଭିଡ ନିୟମାନୁଯାୟୀ ସମ୍ପନ୍ନ ହୋଇଥିଲା ।