Odiapua.com

ମା’ଦକ୍ଷିଣକାଳୀଙ୍କ ପଣାଯାତ୍ରା ଆରମ୍ଭ

ନୟାଗଡ଼, ୧୪ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ପୁରୁଣା ସହରସ୍ଥିତ ମା’ଦକ୍ଷିଣକାଳୀଙ୍କ ପ୍ରସିଦ୍ଧ ପଣାଯାତ୍ରା ରବିବାରଠାରୁ ଆରମ୍ଭ ହୋଇଛି। ଏହି ଯାତ୍ରା ୫ଦିନ ବ୍ୟାପି ଅର୍ଥାତ ରବିବାରଠାରୁ ୨୦ ତାରିଖ ଯାଏଁ ଚାଲିବ। ସକାଳୁ ଶ୍ରୀଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଆସି ମା’ଦକ୍ଷିଣକାଳୀଙ୍କ ପାଖକୁ ଆସିବା ପରେ ହୋମକାର୍ଯ୍ୟ ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ମା’ଙ୍କ ନୈବେଦ୍ୟଭାବେ ଲାଗି ହୋଇଥିବା ପଣାକୁ ଭକ୍ତମାନଙ୍କୁ ବଂଟନ କରାଯାଇଥିଲା। ଭକ୍ତଙ୍କ ମନଜାଣି ମା’ସବୁ ଦଃୁଖ ଲାଘବ କରୁଥିବାରୁ ଭକ୍ତମାନେ ନିଜ ନିଜର ମନସ୍କାପନା ପୂରଣ କରି ମା’ଙ୍କ କୃପା ଲାଭ କରିଥାନ୍ତି। ଭକ୍ତ, ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଗହଳ ଚହଳିରେ ନୟାଗଡ଼ ସହର କୋଳାହଳ ମୟ ହୋଇପଡ଼ିଛି। ବିଭିନ୍ନ ଦୋକାନ, ବଜାରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଥିବାବେଳେ ପିଲାମାନେ ଦୋଳିର ମଜ୍ଜା ନେଉଥିବା ଦେଖିବାକୁ ମିଳିଛି। ଭିଡ଼କୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୋମବାରେ ଏଠାରେ ଭଜନ ସମାରୋହ ଆୟୋଜିତ ହେବାକୁ ଥିବାବେଳେ ଆସନ୍ତା ୧୬ରୁ ୨୦ ତାରିଖ ଯାଏ ତ୍ରିନାଥ ଗଣନାଟ୍ୟ ତା’ର ନାଟକ ପରିବେଷଣ କରିବ ବୋଲି ଜଣାପଡ଼ିଛି।