Odiapua.com

ମାଥିଲି ବ୍ଲକରେ ପ୍ରଥମ ଥରକରି ଜେଏମସି କୋର୍ଟ ଲୋକାର୍ପିତ

ମାଲକାନଗିରି,୪ା୧୦ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକଠାରେ ପ୍ରଥମ ଥରକରି ପ୍ରଥମେଶ୍ରଣୀ ବିଚାର ବିଭାଗୀୟ ଅଦାଲତ (ଜେଏମସି) ଉଦଘାଟିତ ହୋଇଯାଇଛି । ମାଲକାନଗରି ଜିଲ୍ଲା ମାଥିଲି ପୁରୁଣା ବ୍ଲକ କାର୍ଯ୍ୟାଳୟ ପରିସରରେ ନୁତନ ଭାବେ ପ୍ରତିଷ୍ଠା କରାଯାଇଥିବା ପ୍ରଥମଶ୍ରଣୀ ବିଚାର ବିଭାଗୀୟ ଅଦାଲତ କୁ ମାନ୍ୟବର ହାଇକୋର୍ଟର ମୁଖ୍ୟ ବିଚାରପତି ଏସ.ମୁରଲୀଧର ଭିଡିଓ କନଫେରନସିଂ ମାଧ୍ୟମରେ ଆଜି ଲୋକାର୍ପିତ କରିଛନ୍ତି । ହାଇକୋର୍ଟ ପ୍ରଶାସନିକ ବିଚାରପତି ଏସ.କେ.ପାଣିଗ୍ରାହୀ ଭର୍ଚୁଆଲ ମାଧ୍ୟମରେ ଏହି ଅବସରେ ବକ୍ତବ୍ୟ ରଖିଥିଲେ । ଏଥି ନିମନ୍ତେ ମାଥିଲି ନୂତନ ଜେଏମସି କୋର୍ଟ ପରିସରରେ ସ୍ୱତନ୍ତ୍ର ଭାବେ ଉଦଘାଟନୀ ଉତ୍ସବର ଆୟୋଜନ କରାଯାଇଥିଲା । କଟକ ହାଇକୋର୍ଟ ପରିସରରେ ଭର୍ଚୁଆଲ ମଧ୍ୟମରେ ମୁଖ୍ୟବିଚାରପତି ମାଥିଲି ଜେଏମସି କୋର୍ଟକୁ ଲୋକାର୍ପିତ କରିବା ପରେ ମାଲକାନଗିରି ଜିଲ୍ଲା ଦୌରାଜଜ୍ ମିସ ରେଖାପ୍ରସାଦ ସ୍ୱାଗ ଅବିଭାଷଣ ଦେବା ସହିତ ଆଦିବାସୀ ଅଧ୍ୟୁଷିତ ମାଥିଲି ବ୍ଲକ ଅଚଂଳରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଜେଏମସି କୋର୍ଟ ଦ୍ୱାରା ଲୋକମାନେ ଉପକୃତ ହୋଇପାରିବେ ବୋଲି କହିଥିଲେ । ଏହି ଅବସରେ ରେଜିଷ୍ଟ୍ରାର କୃଷ୍ଣଚନ୍ଦ୍ର ନାୟକ,ଏସପି ପ୍ରହ୍ଲାଦ ସାଇମୀନା,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସଚିବ ବିଚାରପତି ରାକେଶ କୁମାର ମୁଦୁଲି,ମୋଟୁ ଜେ.ଏମ.ସି ଜଜ୍ ଗୌରୀଶଙ୍କର ପଣ୍ଡା ପ୍ରମୁଖ ମଚାଂଶିନ ଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ କୋର୍ଟ ମେନେଜର ପ୍ରଣବ କୁମାର ପ୍ରଧାନ,ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଭାକର ପ୍ରଧାନ,ବିଜୟ ମାହାନ୍ତି,ରାମପଟନାୟକ, ନୃସିଂହ ଚରଣ ମହାନ୍ତି,ଦୀଲ୍ଲିପ ପରିଚ୍ଛା ପ୍ରମୁଖ ଆଇନଜୀବୀ ବହୁ ମାନ୍ୟଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ଓକିଲ ସଂଘ ସଂପାଦକ ଆଇନଜୀବୀ ପ୍ରକାଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଜଣାଇଥିଲେ ।