Odiapua.com

ମାଥିଲି ଗୁଳିକାଣ୍ଡ ଦିବସରେ ଶହୀଦ ସ୍ତମ୍ବରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଲେ ନେତା ଓ ଜନତା

ମାଲକାନଗିରି, ୨୧ା୮ (ଓଡିଆ ପୁଅ) ଆଜି ମାଥିଲି ଗୁଳିକାଣ୍ଡଦିବସ ଅବସରରେ ମାଥିଲି ଥାନା ପରିସରରେ ପ୍ରତିଷ୍ଠା କରାଯାଇଥିବା ସହିଦ ସ୍ତମ୍ବ ନିକଟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଲି ଜଣାଇଛନ୍ତି ମାଲକାନଗିରି ଜିଲ୍ଲାର ନେତା ଓ ଜନତା। ମାଥିଲି ଗୁଳିକାଣ୍ଡରେ ସହିଦ ହୋଇଥିବା ସ୍ୱାଧିନତା ସଂଗ୍ରମୀମାନଙ୍କ ଉଦେଶ୍ୟରେ ମାଥିଲି ଥାନାପରିସରରେ ସ୍ଥାପନ କରାଯାଇଥିବା ସହିଦ ସ୍ତମ୍ବନିକଟରେ ଆଜି ସକାଳେ କୋଭିଡ ନିୟମ ପାଳନ କରି ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି, ଜିଲ୍ଲା ଆଦିବାସୀ ସମାଜ ମହାସଂଘ ସଭାପତି ଘନଶ୍ୟାମ ମାଡକାମି, ମାଥିଲି ବ୍ଲକ ପୂର୍ବତନ ଚେୟାରମ୍ୟାନ ସ୍ମୃତି ରଂଜନ, ସରପଂଚ ଗୌରୀ ବାଟେ, ଜିଲ୍ଲା ପରିଷଦ ସଭ୍ୟ ବାଲାରାଜୁ କପେ, କୁଶ ତାତି, ସୋନୁ ଅନୁଗୁ, ଜରା ସବର ମାଢି, ବିଷ୍ଣୁପ୍ରୀୟା ରାଜଗୁରୁ, ମଙ୍ଗଳା ଦୁରଆ, ନରସିହାଂ ବୁମିୟା, ହାସେନ ଖାନ, ଏମଡି ଆକବର, କୁନାଳ ମିଶ୍ର, ଆଦିବାସୀ ନେତା ହଳଧର ପୂଜାରୀ, ଘେନୁମୁଦୁଲି, ସମ୍ବୁଅନୁଗୁଳିଆ, ମାଥିଲି ଥାନା ଅଧିକାରୀ ପୁଲିସ କର୍ମଚାରୀ ପ୍ରମୁଖ ୁପସ୍ଥିତି ରହି ସହିଦସ୍ତମ୍ବରେ ମାଲ୍ୟାର୍ପଣ ସହିତ ସହିଦଙ୍କ ସ୍ମୃତିଉଦେଶ୍ୟରେ ଶ୍ରଦ୍ଦାଜଂଳୀ ଜଣାଇଛନ୍ତି। ପୁଲିସ ବିଭାଗ ପ କ୍ଷରୁ ସହିଦଙ୍କୁ ସଲାମୀ ଦିଆ ଯାଇଥିଲା। ଏହା ବ୍ୟତିତି ମାଥିଲି ବଜାର ନିକଟରେ ଥିବା ସହିଦ ଲକ୍ଷମଣ ନାୟକଙ୍କ ପ୍ରତିମୂର୍ତି ଓ ସହିଦସ୍ତମ୍ବରେ ମଧ୍ୟ ମାଲ୍ୟାର୍ପଣ କରି ଶ୍ରଦ୍ଧାଜଂଳୀ ଜଣାଇଥିଲେ।ମାଲକାନଗିରି ଜିଲ୍ଲା ହେଉଛି ଶହୀଦ ମାଟି, ଏହି ମାଟିର ସନ୍ତାନ ମାନେ ଇଂରେଜ ସରକାରଙ୍କୁ ହଟାଇ ଦେଶକୁ ସ୍ୱାଧୀନତ କରିବାପାଇଁ ଭାରତଛାଡ ଆନ୍ଦୋଳନରେ ଯୋଗଦେଇ କେତେ ଯେ ଶହୀଦ ହୋଇଛନ୍ତି। ସେହି ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ଆଜି ଆମେ ମୁଣ୍ଡଉପରକୁ ଉଠାଇ ସ୍ୱାଧୀନ ଭାରତର ନାଗରିକ ଭାବେ ପରିଚୟ ଦେଉଥିବା ବାବେଳେ ଯିଏ ଆମକୁ ସ୍ୱାଧୀନତା ଦେଲେ ତାଙ୍କୁ ଆମେ ଭୁଲି ଯାଉଛନ୍ତି। ଆଡମ୍ବର ସହକାରେ ଆଜି ପାଳିତ ହୋଇ ଯାଇଛି ମାଥିଲି ଗୁଳିକାଣ୍ଡ ଦିବସ, ଗତ ୧୯୪୨ ମସିହା ଅଗଷ୍ଟମାସ ୨୧ ତାରିଖରେ ବ୍ରିଟିଶ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ମାଲକାନଗିରି ର ଶହ ଶହ ସଂଗ୍ରାମୀ ମାନେ ମାଥିଲି ଥାନା ଘେରାଓ କରିଥିଲେ। ଥାନା ଉପରେ ଲାଗିଥିବା ଇଂରେଜ ସରକାରଙ୍କ ପତାକାକୁ କାଢିଦେଇ ଭାରତର ତ୍ରିରଙ୍ଗା ପତାକା ଉଡାଇ ଜୟ ହୀନ୍ଦ, ଭାରତ ମାତାକି ଜୟ ବୋଲି ସ୍ଲୋଗାନ ଦେଇଥିଲେ। ଏହି ଘଟଣାରେ ଗୋରାସାହେବ ପୁଲିସ ମାନେ ସଂଗ୍ରାମୀଙ୍କ ଉପରକୁ ଆଖିବୁଜା ଗୁଳିଚଳାଇ ଥିଲେ। ସେମାନଙ୍କ ଗୁଳି ମାଡରେ ମାଲକାନଗିରିର ବିଭିନ୍ନ ଅଚଂଳରୁ ୧୧ଜଣ ସଂଗ୍ରାମୀ ଶହୀଦ ହୋଇଗଲେ। ଇଂରେଜ ମାନଙ୍କ ଅତ୍ୟାଚାରର ପ୍ରତିଶୋଧ ନେବା ଓ ଏହି ସ୍ୱାଧୀନତା ସଂଗ୍ରାମକୁ ବଚାଂଇରଖିବା ପାଇଁ ମାଥିଲି ଥାନାସ୍ଥ ତେନ୍ତୁଲି ଗୁମ୍ମା ଗ୍ରାମର ଆଦିବାସୀ ବୀର ଲକ୍ଷ୍ମଣ ନାୟକ ଇଂରେଜଙ୍କ ଗୁଳିମାଡରୁ ରକ୍ଷାପାଇ କୌଶଳ କ୍ରମେ ଲୁଚିଯାଇଥିଲେ। ସେ ଇଂରେଜଙ୍କ ବିରୋଧରେ ବିଭିନ୍ନ ଗ୍ରାମର ଲୋକଙ୍କୁ ଏକତ୍ରୀତ କରି ସ୍ୱାଧୀତା ସଂଗ୍ରାମ ଜାରି ରଖିଥିଲେ। ତାଙ୍କୁ ଇଂରେଜ ମାନେ ପ୍ରତାରାଣାକରି କୌଶଳରେ ଧରିନେଇ ଜେଲ ପଠାଇଦେଇଥିଲେ। ତାଙ୍କ ବିରୋଧରେ ନରହତ୍ୟା, ଥାନା ଆକ୍ରମଣ ଅନେକ ମକୋଦମା ଲଗାଇ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ମାଥିଲି ଗୁଳିକାଣ୍ଡକୁ ମନେରଖିବା ପାଇଁ ଜିଲ୍ଲାବାସୀ ପ୍ରତିବର୍ଷ ଅଗଷ୍ଟ ମାସ ୨୧ତାରିଖ ଦିନ ମାଥିଲି ଠାରେ ଗୁଳିକାଣ୍ଡ ଦିବସ ପାଳି ଆସୁଛନ୍ତି।