Odiapua.com

“ମାତୃଶକ୍ତି ହିଁ ଜୀବଶକ୍ତିର ଆଧାର”, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହରର କଲ୍ୟାଣୀ ନଗର ସ୍ଥିତ ଗୁରୁକୃପା ଭବନରେ ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର ଅନୁଷ୍ଠିତ ହୋଇଯାଇଛି । ଇଂ ଅଭୟ ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭାରତୀୟ ସଂସ୍କୃତିରେ ମାତୃ ଉପାସନା ଶୀର୍ଷକ ଆଲୋଚନା ଚକ୍ରକୁ ଭଦ୍ରକ ସ୍ୱୟଂଶାଶିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ । ମାତୃଭକ୍ତି ହିଁ ଜୀବଶକ୍ତିର ଆଧାର ଓ ସନ୍ତାନର ମାତୃ ପ୍ରୀତିହିଁ କୃତୀତ୍ୱ ଅର୍ଜନ କରିବାରେ ସନ୍ତାନକୁ ପ୍ରଥମ ସହାୟକ ବା ଜୀବନ ଚର୍ଯ୍ୟାର ମୂଳବନ୍ଧ ହୋଇଥାଏ । ମାତୃ ସତ୍ତାହିଁ ସରଳ, ଶୃଙ୍ଖଳିତ, ପରିଶ୍ରମ ଓ ସହନଶୀଳତା ଶିଖାଇଥାଏ ବୋଲି ମୁଖ୍ୟବକ୍ତା ଶୀକ୍ଷାବିତ୍ ଗଗନବିହାରୀ ରାଉତ୍‌, ମୁଖ୍ୟବକ୍ତା ପ୍ରାକ୍ତନ ଅଧ୍ୟାପିକା ଭାନୁମତୀ ମାଟିଆ, ସମ୍ମାନୀତ ଅତିଥି ଗୀତାରାଣୀ ଆଇଚ, ପ୍ର. ଅଟଳ ବିହାରୀ ନାୟକ, ନାଟ୍ୟକାର ଲଲାଟେନ୍ଦୁ ମହାନ୍ତି, ଡାକ୍ତର ମହନ ମୋହନ ଦାଶ, କୃପାସିନ୍ଧୁ ନାୟକ, ଗୟାଧର ପଣ୍ଡା, ମାଧବଚନ୍ଦ୍ର ଜେନା, ଅମିତାବାଳା ଆଚାର୍ଯ୍ୟ, ଡା ରବି ମହାପାତ୍ର, କବୟିତ୍ରୀ ସଂଯୁକ୍ତା ବଳ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ଡ. ପୁରୁଷୋତ୍ତମ ଧଳ, ହରିଶ ଚନ୍ଦ୍ର ଦାସ, ବାବୁଲାଲ୍ ଦାସ, ଜଗନ୍ନାଥ ନାୟକ, ମୁସ୍ତାକ ଗୌାହର, ଶେଖ ଅବଦୁଲ ଦୟାନ, ମାନସୀବାଳା ସୁତାର, ଦମୟନ୍ତି ନାଥ, ଅଧିବକ୍ତା ମନୋରଞ୍ଜନ ଦାସ, ବିପ୍ଳବ କୁମାର ହୋତା, କାଳନ୍ଦୀ ମଲ୍ଲିକ, ପିତାମ୍ବର ଦାଶ, ଅରୂପାନନ୍ଦ ନାୟକ, ବିଚିତ୍ରାନନ୍ଦ ଜେନା, ସସ୍ମିତା ସାହୁ, ନାରାୟଣ ଚନ୍ଦ୍ର ପାଢ଼ୀ, ଅମିୟ କୁମାର ମହାପାତ୍ର, ଅର୍ଜୁନ ଚରଣ ବାରିକ, ବସନ୍ତ ପାତ୍ର, ସନ୍ତୋଷ ସାହୁ, ବସନ୍ତ ମହାନ୍ତି, ସଂଗ୍ରାମ ବାରିକ, ରଜତ କୁମାର ସାହୁ, ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ପତିତପାବନ ପାଣି, ସଂଗ୍ରାମ କେଶରୀ ସେନାପତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରତିଷ୍ଠାତା ସମ୍ପାଦକ ଅନିଲ୍ କୁମାର ଦାଶ ସମ୍ପାଦକୀୟ ପାଠ, ନମିତା ରାଣୀ ମହାନ୍ତି ଓ ମୀନତି ବାରିକ ସଙ୍ଗିତ ଗାନ, ପ୍ରକୃତି କବି ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ, ସହ ସମ୍ପାଦିକା ମମତାରାଣୀ ଦାଶ ବେଦପାଠ ଓ ମଞ୍ଚ ପରିଚାଳନା ଓ ଶେଷରେ ନାଟ୍ୟକାର ଗୌରାଙ୍ଗ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।