Odiapua.com

ମାତିଛନ୍ତି ବାଇକ୍ ଲୁଟେରା, ଲୋକେ ଭୟଭୀତ

ବାଲିଗୁଡା, ୨୬-୭ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମାଓ ଅଧ୍ୟୁଷିତ ଅଞ୍ଚଳ ଖମଣଖୋଲ ଅଞ୍ଚଳରେ ବାଇକ୍ ଲୁଟେରା ଆତଙ୍କ। କଞାଲଗୁ ଘାଟିଦେଇ ଯାତାୟାତ କରୁଥିବା ଲୋକଙ୍କୁ ଏକୁଟିଆ ଦେଖି ବାଇକ୍ ଲୁଟିବାସହ ଟଙ୍କା, ମୋବାଇଲ ଛଡାଇ ନେଉଥିବା ଅଭିଯୋଗ ହେଉଛି। ଗତ ବୁଧବାର ଦିନ ଲଣ୍ଡାଗାଁ ଅଞ୍ଚଳର ଜଗନ୍ନାଥ କହଁର ଓ କବି ପାତ୍ର ନାମକ ଦୁଇଜଣ ବ୍ୟକ୍ତି କଞାଲଗୁ ଘାଟି ଦେଇ ଗାଁ କୁ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ବାଇକ୍ ସହ ଦୁଇହଜାର ଟଙ୍କା ଓ ମୋବାଇଲ ଫୋନ୍ ଛଡାଇ ନେଇଥିବା ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି। ଏଥିସହିତ ଅନ୍ୟଜଣେ ବ୍ୟକ୍ତିଙ୍କର ବାଇକ୍ ମଧ୍ୟ ଲୁଟେରା ଲୁଟିନେଇଥିବା ଜଣାପଡ଼ିଛି। ଅଭିଯୋଗ ପ୍ରକାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ପ୍ରତିଦିନ ଲଣ୍ଡାଗାଁ ଓ ଖମଣଖୋଲ ପଞ୍ଚାୟତର ଅଧିକାଂଶ ଲୋକେ ଦୈନନ୍ଦିନ କାମରେ ବାଲିଗୁଡା ଆସିଥାନ୍ତି। କଞାଲଗୁ ଘାଟରେ ବାଇକ୍ ଲୁଟ୍ ଘଟଣାଶୁଣି ଏବେ ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।