Odiapua.com

ମାତା ବୈଷ୍ଣୋ ଦେବୀ ଭବନରେ ଷ୍ଟାମ୍ପଡରେ ୧୨ ଜଣ ମୃତ, ୧୩ ଜଣ ଆହତ : ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆ ଦିଲ୍ଲୀ ୧-୧ (ଓଡ଼ିଆ ପୁଅ) ମାତା ବୈଷ୍ଣୋ ଦେବୀ ଭବନରେ ଷ୍ଟାମ୍ପଡରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୩ ଜଣ ଆହତ ହୋଇଛନ୍ତି।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଏହି ଘଟଣା ସକାଳ ପ୍ରାୟ ୨: ୪୫ ରେ ଘଟିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତିଯେ,

“ମାତା ବୈଷ୍ଣୋ ଦେବୀ ଭବନରେ ଷ୍ଟାମ୍ପଡେ ହେତୁ ଜୀବନହାନି ହେତୁ ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା। ଆହତମାନେ ଆଶୁ ଆରୋଗ୍ୟ କାମନା କରୁଛି।”

ଜାମ୍ମୁ କାଶ୍ମୀର LG ମନୋଜ ସିହ୍ନା, କେନ୍ଦ୍ର ମନ୍ତ୍ରୀ ଜୀତେନ୍ଦ୍ର ସିଂ ଏବଂ ମନ୍ତ୍ରୀ ନିତ୍ୟାନ୍ନ୍ଦ ରାୟଙ୍କୁ ପରିସ୍ଥିତିର ତୁରନ୍ତ ଆନୁଧ୍ୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅପର ପକ୍ଷରେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତିଯେ, କିଛି ଲୋକଙ୍କ ମଧ୍ୟରେ ସଂଘର୍ଷ ପରେ ସ୍ଲୋପରେ ସନ୍ତୁଳନ ବ୍ୟାଘାତ ହେତୁ ଷ୍ଟାମ୍ପଡେ ଘଟିଥିଲା। ନୂତନ ବର୍ଷ ହେତୁ ଭିଡ଼ ଅଧିକ ଥିଲା ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭକ୍ତମାନଙ୍କୁ ଦର୍ଶନ ବିନା ଫେରାଇ ଦିଆଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ।