ସୁନ୍ଦରଗଡ଼, ୦୨/୧୧ (ଓଡ଼ିଆ ପୁଅ/ପି ନାୟକ) : ସୁନ୍ଦରଗଡ଼ ଜିଲ୍ଲାରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଦୃଶ୍ୟ ଟି ହେଲା ମଦ ନିଶାରେ ମାତାଲ୍ ହୋଇଛନ୍ତି ସରକାରୀ ବାବୁ। ମଦ ନିଶାରେ ଅଚେତ ହୋଇ ରହିଛନ୍ତି ଗୋଗୁଆ ଆର୍ ଆଇ ଶିଶିର ବେହେରା। ଆର ଆଇ ଜଣଙ୍କୁ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ସେଠାରୁ ଗାଡ଼ି ଯୋଗେ ଉଦ୍ଧାର କରି ଆଣିଥିଲେ। ତେବେ ହାସ୍ୟାସ୍ପଦ କଥା ହେଉଛି ଆରଆଇ ଜଣଙ୍କ ଭିଜିଲାନ୍ସକୁ ଡରି ଜଙ୍ଗଲରେ ଲୁଚି ରହିଥିବା ଗଣମାଧ୍ୟମ ପ୍ରତିନିଧି ସାମ୍ନାରେ ନିଶାଖୋର ଅବସ୍ଥାରେ ଜଣାଇଛନ୍ତି। କେବଳ ସେତିକି ନୁହେଁ ମେଡ଼ିକାଲକୁ କିଏ ଆଣିଛି ଆଉ କିପରି ଆସିଛନ୍ତି ଏକଥା ବି ତାଙ୍କର ମନେ ନାହିଁ।