Odiapua.com

ମା’ତାରେଣୀ ଗୋଷ୍ଠୀ ଧାନମଣ୍ଡି ଉଦଘାଟିତ

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ସରସଦା ସମବାୟ ସମିତି ଚଳିତ ଖରିଫ ଧାନକ୍ରୟରୁ ବାଦ ପଡିବା ପରେ କୁରିକଣା ମା’ ତାରେଣୀ ସ୍ୱୟଂ ସହାୟିକା ଗୋଷ୍ଠିକୁ ଧାନକ୍ରୟ ପାଇଁ ଅନୁମତି ମିଳିଛି । ଏହି ଗୋଷ୍ଠିର ମଣ୍ଡି ଆଜି କାର୍ଯ୍ୟକ୍ଷମ ହୋଇଛି । ଗୋଷ୍ଠି ସଭାନେତ୍ରୀ ଶାନ୍ତିଲତା ପରିଡା, ସମ୍ପାଦିକା ମଧୁସ୍ମିତା ବେହେରା, ସଦସ୍ୟା ବନିତା ନାୟକ, ସ୍ୱର୍ଣ୍ଣପ୍ରଭା ବେହେରା, ଜୟନ୍ତି ବେହେରା, ସଞ୍ଜୁଲତା ସେନାପତି, ଗୀତାରାଣୀ ପରିଡା, ରଶ୍ମିତା ପରିଡା, ଡିଇଓ ଶୁଭଦର୍ଶନି ଶାଶିନି ପ୍ରମୁଖଙ୍କ ଉପସ୍ଥିତିରେ ନେନ୍ତିପୁର ଠାରେ ମଣ୍ଡି ଆରମ୍ଭ କରାଯାଇ ଧାନକ୍ରୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସିଆରପି ପ୍ରିୟଦର୍ଶନୀ ନାୟକ, ଦମୟନ୍ତି ନାୟକ, ଆର.ଏମ.ସି. ପ୍ରତିନିଧି ପଦ୍ମନାଭ ଶିଅଳ, ଭି.ଏ.ଡବ୍ଲୁ. ସଶ୍ମିତା ବେହେରା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ବେହେରା, ସରପଞ୍ଚ ପ୍ରତିନିଧି ରାମଚନ୍ଦ୍ର ସେନାପତି, ରାଜସ୍ୱ ନିରୀକ୍ଷକ କମଳାକାନ୍ତ ନାୟକ, ଚାଷୀ କମିଟି ପକ୍ଷରୁ ପିତାମ୍ବର ନାୟକ, ନଟବର ରାଉଳ, ରତ୍ନାକର ଭଞ୍ଜ, ଦେବେନ୍ଦ୍ରନାଥ ଶେଣ୍ଢ, ପଦ୍ମନାଭ ପ୍ରଧାନ, ଦିବାକର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।