Odiapua.com

ମାଡି ଆସୁଛି ‘ମାହା’

ନୂଆଦିଲ୍ଲୀ, ୦୨/୧୧, (ଓଡ଼ିଆ ପୁଅ ପି ନାୟକ): ଧିରେ ଧିରେ ସ୍ଥଳଭାଗ ଆଡ଼କୁ ମାଡି ଆସୁଛି ସାମୁଦ୍ରିକ ଝଡ ‘ମାହା’। ଏବେ ଘଣ୍ଟା ପ୍ରତି ୨୪ କିମି ବେଗରେ ଗତି କରୁଛି ‘ମାହା’। ତେବେ ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ଏହି ଝଡ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ମହାରାଷ୍ଟ୍ରରେ ଏବେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହେବା ସହ ଲଘୁଚାପରେ ‌ପରିଣତ ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଆଗକୁ କର୍ଣ୍ଣାଟକ ଓ କେରଳରେ ପ୍ରବଳ ବର୍ଷା ହେବାର ଅଛି ବୋଲି ସୂଚନା ମିଳିଛି।