ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମହାନ୍ତିପଡା ପଚାଂୟତ ତ୍ରିସାଲିଆ ଗ୍ରାମର ମାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅଭିଜିତ୍ ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ତୋଫାବିିବି ଆଚଂଳିକ ସାଧନ କେନ୍ଦ୍ର ସଂଯୋଜକ ନିରଞ୍ଜନ ଖିଲାରଙ୍କ ତତ୍ୱାବଧାନରେ କୌଶଲ୍ୟା ସେଠୀ, ଉମାମଣି ସିଂହ, ଶ୍ୱେତପଦ୍ମା ପାତ୍ର,ଏ.ପି ରୋଜାଲିନ୍ , କୃଷ୍ଣ ଚନ୍ଦ୍ର ଦାସ, ଧନଞ୍ଜୟ ସାହୁ, ଅର୍ନ୍ତଯ୍ୟାମୀ ମଲ୍ଲିକ,ଗୋପାଳ ଦେହୁରୀ, ପ୍ରଣତି ମଞ୍ଜରୀ ଦେହୁରୀ ପ୍ରମୁଖ ଟପ୍ପର ଛାତ୍ର ଶ୍ରୀ ସାହୁଙ୍କ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।