ମାଲକାନଗିରି ,୬ା୮(ଓଡିଆ ପୁଅ ) କରୋନା କାଳରେ ଗରିବ ଖଟିଖିଆ ଲୋକମାନେ ଦୁଇଓଳିଖାଇବାକୁ ପାଉନଥିବା ବେଳେ ସେମାନଙ୍କ ପିଲାମାନଙ୍କ ଠାରୁ ମାଟ୍ରୀକ ପାସ ସାର୍ଟିଫିକେଟ ଦେଇ କେଜିବିଭି ର ପ୍ରଧାନ ଶିକ୍ଷୟତ୍ରୀ ୧୫୦୦ଟଙ୍କା ଆଦାୟ କରିବା ଘଟଣା ର ଆଜି ଶିକ୍ଷାବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ମାଲକାନଗିରି ବ୍ଲକସ୍ଥ ସିନ୍ଦ୍ରିମାଳ ପଚାଂୟତ ନିକଟରେ ଥିବା କସ୍ତୁରବା ଗାନ୍ଧୀ ଉଚଦ୍ୟାଳୟ(କେଜିବିଭି) ରେ ଚଳିତ ବର୍ଷ ମାଟ୍ରୀକ ପାସକରିଥିବା ଛାତ୍ରୀ ମାନଙ୍କ ଠାରୁ ସେହି ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପ୍ରତିମା ନାୟକ ୧୦୦୦ ରୁ ୧୫୦୦ଟଙ୍କା ଲେଖା ଆଦାୟ କରୁଥିବା ର ମାଟ୍ରୀକ ପାସ ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । କରୋନା ସମୟରେ ଗରିବ ଲୋକମାନେ ଖାଇବାକୁ ପାଉନଥିବା ବେଳେ ସାର୍ଟିଫିକେଟ ନେବା ପାଇଁ ୧୫୦୦ଟଙ୍କା କେଉଁଠାରୁ ଦେବେ ସେନେଇ କିଛି ଅଭିଭାବକ ଚିନ୍ତିତ ହୋଇପଡିଥିବା ବେଳେ ଅନ୍ୟକିଛି ଛାତ୍ରୀ ଓ ସେମାନଙ୍କ ଅଭିଭାବକ ପରଘରେ କୁଲିମଜୁରି ଲାଗି ୧୫୦୦ଟଙ୍କା ଦେଇ ପ୍ରଧାନଶିକ୍ଷୟତ୍ରୀ ଙ୍କ ଠାରୁ ସାର୍ଟିଫିକେଟ ନେଇଥିବାର ଜଣାପଡିଛି ।ଉକ୍ତ ବିଦ୍ୟାଳୟର ପ୍ରାୟ୨୫ରୁ ୩୦ଜଣ ଛାତ୍ରୀ ମାନଙ୍କ ଠାରୁ ପ୍ରଧାନଶିକ୍ଷୟତ୍ରୀ ୧୦୦୦ରୁ ୧୫୦୦ଲେଖା ଟଙ୍କା ଆଦାୟ କରିଥିବାର ଅଭିଯୋଗ ହୋଇଛି । କିଛି ଅଭିଭାବକ ମାନେ ସରକାରି ସ୍କୁଲରେ ମାଗଣାରେ ପାଠପଢିବା ବ୍ୟବସ୍ଥା କରାଯାଇଥିବା ବେଳେ ସାର୍ଟିଫିକେଟ ପାଇଁ କାହିଁକି ଟଙ୍କା ନେଉଛନ୍ତି ପଚାରିବାରୁ ବିଦ୍ୟାଳୟର ପାଚେରୀ ଓ ଅନ୍ୟ କାମରେ ଏହି ଟଙ୍କା ଲଗାଯିବ ବୋଲି ପ୍ରଧାନଶିକ୍ଷୟତ୍ରୀ ସେମାନଙ୍କୁ କହିଥିଲେ ମଧ୍ୟ ଟଙ୍କାନେବାର ରସିଦ ଦେଇନଥିବାର ଜଣାପଡିଛି । ପ୍ରଧାନଶିକ୍ଷୟତ୍ରୀ ଙ୍କ ନାମରେ ବିଦ୍ୟାଳୟର ରଶ୍ମିତା ପଡିଆମି,କନକଲତା ଖରା,ବିଦୁସ୍ମିତା କଡେ,ସବନମ ହରିଜନ,ରଶ୍ମିତା ଖରା ପ୍ରମୁଖ ୧୦ମ ପାସ ଛାତ୍ରୀ ମାନେ ଓ ସେମାନଙ୍କ ଅଭିଭାବକମାନେ ଅଭିଯୋଗ କରିବାପରେ ଶିକ୍ଷାବିଭାଗରୁ ଆଜି ତଦନ୍ତ ଆରମ୍ଭ କରାଯାଇଛି । ସୁଚନା ଯୋଗ୍ୟ ଯେ ସଂପୃକ୍ତ ପ୍ରଧାନଶିକ୍ଷୟତ୍ରୀ ଙ୍କ ନାମରେ ପୁବ ର୍ରୁ ମଧ୍ୟ ଛାତ୍ରୀ ମାନଙ୍କ ପାସବୁକ ଖୋଲିବା ନାମରେ ଜଣଙ୍କ ପିଛା୩୦୦ରୁ ୫୦୦ଲେଖା ଟଙ୍କା ଆଦାୟକରିଥିବାର ଅଭି ଯୋଗ ହୋଇଥିଲା, ବିଦ୍ୟାଳୟର ଉନ୍ନତି ନାମରେ ଗତକିଛି ବର୍ଷତଳେ ଟଙ୍କା ହଡପ ଅଭିଯୋଗ ରେ ତାଙ୍କୁ ଅନ୍ୟତ୍ର ବଦଳିକରା ଯାଇଥିଲା । ସେ ଧରା ଧରି କରି ପୁଣି ଥରେ ସେହି ବିଦ୍ୟାଳୟକୁ ଆସିଥିବାର ଜଣାପଡିଛି । ଏ ସଂପର୍କରେ ଆମେ ଜିଲ୍ଲାଶିକ୍ଷାଅଧିକାରୀ ମାନସ କୁମାର ଜେନାଙ୍କୁ ପଚାରିବାରୁ ସେ କହିଥିଲେ ପ୍ରଧାନଶିକ୍ଷୟତ୍ରୀ ଙ୍କ ନାମରେ ଅଭିଯୋଗ ଆସିଥିବାରୁ ଆଜି ସେଠାକୁ ବ୍ଲକ ଶିକ୍ଷାଧିକାରୀ ଙ୍କୁ ତଦନ୍ତ ପାଇଁ ପଠାଯାଇଛି । ସେ ତଦନ୍ତ ରିପୋର୍ଟ ଦେବାପରେ ବିହିତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ । ତଦନ୍ତ କାରି ଅଫିସର ମାଲକାନଗିରି ବ୍ଲକ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ବେହେରା ଙ୍କୁ ପଚରା ଯିବାରୁ ସେ କହିଥିଲେ ଆଜି ସେ ବିଦ୍ୟାଳୟକୁ ଯାଇ ପ୍ରଥମିକ ସ୍ତରରେ ତଦନ୍ତ ଆରମ୍ଭ କରିଛନ୍ତି । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ପ୍ରଧାନଶିକ୍ଷୟତ୍ରୀ ଙ୍କ ମତାମତ ନିଆଯାଇଛି । ଟଙ୍କା ଦେଇଥିବା ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ଆସନ୍ତାକାଲି ଭେଟି ସେମାନଙ୍କ ମତାମତ ନେବାପରେ ଜିଲ୍ଲାଶିକ୍ଷାଧିକାରୀ ଙ୍କୁ ରିପୋର୍ଟ ପ୍ରଦାନ କରାଯିବ ।