Odiapua.com

ମାଟ୍ରିକ ପରୀକ୍ଷା ଫଳାଫଳରେ ନୟାଗଡ଼ ଜିଲା ରାଜ୍ୟରେ ୪ର୍ଥ ସ୍ଥାନ ହାସଲ ସହ ସର୍ବକାଳୀନ ୮୬.୬୩% ରେକର୍ଡ଼ 

ନୟାଗଡ଼, ୨୯ା୭ ( ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ମାଧ୍ୟମିକ ଶିକ୍ଷା ପରଷଦ ଆନୁକୂଲ୍ୟରେ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରିପ୍ରେକ୍ଷୀରେ ନୟାଗଡ଼ ଜିଲାର ପରୀକ୍ଷା ଫଳ ସନ୍ତୋଷଜନ ହୋଇଛି। ନୟାଗଡ଼ ଜିଲା ସର୍ବକାଳୀନ ୮୬.୬୩ ପ୍ରତିଶତ ଫଳାଫଳ ହାସଲ କରି ରେକର୍ଡ଼ ହାସଲ କରିଥିବାବେଳେ ରାଜ୍ୟରେ ୪ର୍ଥ ସ୍ଥାନ ହାସଲ କରି ଜିଲାପାଇଁ ଗୌରବ ବହନ କରିଛି। ଜିଲାରେ ଏ-୧ରେ ୫୯ଜଣ କୃତିତ୍ୱ ହାସଲ କରିଥିବାବେଳେ ଏ-୨ରେ ୩୭୬, ବି-୧ରେ ୭୫୪ ଏବଂ ବି-୨ରେ ୧୧୯୬ଜଣ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ ହାର ୭୮ ଦଶମିକ ୭୬ ପ୍ରତିଶତ ରହିଥିବାବେଳେ ଜିଲାର ପାଶ ହାର ତା’ଠାରୁ ଅଧିକ ରହିଥିବାରୁ ଜିଲାରେ ଶିକ୍ଷାପ୍ରେମୀଙ୍କ ମହଲରେ ଆନନ୍ଦ ଖେଳିଯାଇଛି। ତେବେ ଶରଣକୁଳ କେଏସବି ପବ୍ଲିକ ସ୍କୁଲର ସଫଳତା ଛାତ୍ରଛାତ୍ରୀଙ୍କୁ ଅଧିକ ମିଳିଛି। ଏହି ସ୍କୁଲର ଶୁଭମ୍ ମହାପାତ୍ର ଏ-୧ ରେ ୫୬୨ ନମ୍ବର ରଖି ୯୩.୬୦ ପ୍ରତିଶତ ସଫଳତା ପାଇଥିଲାବେଳେ ଏ-୨ରେ ୧୦ଜଣ, ବି-୧ରେ ୯ଜଣ, ବି-୨ରେ ୮ଜଣ, ସିରେ ୭ଜଣ ଓ ଡିରେ ୪ଜଣ ରହିଛନ୍ତି। ଶୁଭମ୍ ମହାପାତ୍ରଙ୍କ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି।