ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ଭଦ୍ରକ ଜିଲ୍ଲା ତଥା ଧାମନଗର ବ୍ଲକରେ ଖୁସିର ଲହରି ଖେଳିଯାଇଛି। ଚଳିତ ବର୍ଷ ଭଦ୍ରକ ଜିଲ୍ଲାରୁ ସମୁଦାୟ ୧୦୯ ଜଣ ଛାତ୍ରଛାତ୍ରୀ ୫୪୦ରୁ ଉର୍ଦ୍ଧ୍ୱ ନମ୍ବର ରଖି ‘ଏ-ୱାନ’ ଗ୍ରେଡ ହାସଲ କରିଥିବାବେଳେ, ଏଥିରେ ଧାମନଗର ବ୍ଲକର ୧୨ ଜଣ କୃତୀ ଛାତ୍ରଛାତ୍ରୀ ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ଧାମନଗର ବ୍ଲକ ମଧ୍ୟରେ ସହିଦନଗର ନୋଡାଲ ହାଇସ୍କୁଲର ଛାତ୍ର ସାଇ ସାର୍ଥକ ନାୟକ ୫୬୦ ନମ୍ବର ରଖି ବ୍ଲକ ଟପ୍ପର ହେବା ସହ ଜିଲ୍ଲା ଟପ୍ପର ତାଲିକାର ୧୧ ନମ୍ବର ସ୍ଥାନରେ ରହିଛନ୍ତି। ସେହିପରି ବ୍ଲକର ଦ୍ୱିତୀୟ ଶୀର୍ଷରେ ସହିଦନଗର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଭାଗ୍ୟଲକ୍ଷ୍ମୀ ସୂତାର (୫୫୭) ଏବଂ ତୃତୀୟ ସ୍ଥାନରେ କୋରୁଆ-ଗୋବିନ୍ଦପୁର ନୋଡାଲ ହାଇସ୍କୁଲର ତମନ୍ନା ନାୟକ (୫୫୪) ରହିଛନ୍ତି। ବ୍ଲକର ଅନ୍ୟ ‘ଏ-ୱାନ’ ଗ୍ରେଡ୍ ପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସହିଦନଗରର ଶୁଭଲକ୍ଷ୍ମୀ ପଣ୍ଡା (୫୪୦), ଅସୁରାଳି ବୈରାଗୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆୟୁଷ କୁମାର ମହାପାତ୍ର (୫୫୪) ଓ ରଘୁନାଥ ନାୟକ (୫୪୦), ସାଆଁଳପୁର ମହତାବନଗର ବାପୁଜୀ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ହିତାଂଶୁ ଶେଖର ସାହୁ (୫୪୬), ଶମ୍ଭୁନାଥ ରାଉତ (୫୪୧) ଓ ସ୍ମୃତିରଞ୍ଜନ ଦାସ (୫୪୦) ସାମିଲ ଅଛନ୍ତି। ଏହାବ୍ୟତୀତ ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟର ହିବା ଅହମ୍ମଦ (୫୪୦), ଜାହାଙ୍ଗୀର ଜନତା ନୋଡାଲ ହାଇସ୍କୁଲର ଜ୍ୟୋତିରଞ୍ଜନ ପଣ୍ଡା (୫୪୦) ଏବଂ ପଙ୍ଗଟା ନାରାୟଣୀ ହାଇସ୍କୁଲର ପ୍ରାର୍ଥନା ରାଣୀ ନାୟକ (୫୪୦) ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି। ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ଅଂଚଳର ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଖୁସି ପ୍ରକାଶ ପାଇଛି। ଜାହାଙ୍ଗୀର ସ୍ଥିତ ଜନତା ନୋଡାଲ ଉଚ୍ଚ ବିଦ୍ୟାପୀଠର ମେଧାବୀ ଛାତ୍ର ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣି ଥିବାରୁ ବିଦ୍ୟାଳୟର ଛାତ୍ର ଜ୍ୟୋତି ରଞ୍ଜନ ପଣ୍ତା ମୋଟ ୫୪୦ ନମ୍ବର ରଖି ‘ଇ୧’ ଗ୍ରେଡ ରେ ଉତୀର୍ଣ୍ଣ ହୋଇ ଥିବାରୁ।ଜ୍ୟୋତି ଙ୍କଏହି ସଫଳତା ପାଇଁ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିନ୍ମୟ ଜେନା, ସହକାରୀ ଶିକ୍ଷକ ବାବୁରାମ ମଲିକ, ବିପିନି ମଲିକ, ସୁନୀଲ ସାହୁ,ଶଶିକାନ୍ତ ତରାଇ,ପ୍ରଗତିକା ଜେନା, ଓ ପ୍ରଦୀପ ପତି ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।