Odiapua.com

ମାଟ୍ରିକ୍‌ ସମ୍ମେଟିଭ -୧ପରୀକ୍ଷା ଆଜିଠାରୁ 

କଟକ: ୨୩/୧୧ (ଓଡ଼ିଆ ପୁଅ/ ଅଭୟ ଜେନା) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ- ୧ ପରୀକ୍ଷା ଆଜିଠୁ ଆରମ୍ଭ ହେଉଛି। ରାଜ୍ୟରେ ମୋଟ ୩୦୨୯ଟି ପରୀକ୍ଷା କେନ୍ଦ୍ରରେ ୫, ୩୨, ୭୧୨ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି। ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମରୁ ଆଜି ଇଂରାଜୀ ବିଷୟରେ ପରୀକ୍ଷା ହେଉଥିବା ବେଳେ ୨୫ ତାରିଖରେ ଗଣିତ, ୨୬ରେ ମାତୃଭାଷା, ୨୮ରେ ସାଧାରଣ ବିଜ୍ଞାନ, ୨୯ ରେ ସାମାଜିକ ବିଜ୍ଞାନ ଏବଂ ୩୦ ତାରିଖରେ ତୃତୀୟ ଭାଷା ପରୀକ୍ଷା ହେବବୋଲି ସୂଚନା ମିଳିଛି।୩୬ଟି ସ୍କ୍ୱାଡ କପି ରୋକିବାକୁ ନିୟୋଜିତ ରହିଛନ୍ତି ଓ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ୭୪ଟି ସ୍କ୍ୱାଡ ନିଯୁକ୍ତ ହୋଇଛନ୍ତି। ସେହିପରି ପରୀକ୍ଷା କେନ୍ଦ୍ର କୁ ମୋବାଇଲ ଆଣିବାକୁ ବାରଣ କରାଯାଇଛି। ପ୍ରତି ବ୍ଲକରେ ହୋଇଛି ପ୍ରଶ୍ନପତ୍ର କେନ୍ଦ୍ର। ସ୍କୁଲ ଠାରୁ ୫ କିମି ମଧ୍ୟରେ ହୋଇଛି ପରୀକ୍ଷା କେନ୍ଦ୍ର। ନିଜ ସ୍କୁଲ ବଦଳରେ ପାଖ ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।