Odiapua.com

ମାଟିର ମଣିଷ ବିପ୍ଳବୀ କମ୍ୟୁନିଷ୍ଟ ନେତା ତଥା ଆଜୀବନ ସଂଗ୍ରାମୀ କ୍ଷିତୀଶ ବିଶ୍ୱାଳଙ୍କ ବିୟୋଗରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ବିପ୍ଳବୀ କମ୍ୟୁନିଷ୍ଟ ନେତା ସିପିଆଇ(ଏମଏଲ) ଲିବରେସନ୍ ଆଜୀବନ ସଂଗ୍ରାମୀ ଶୋଷିତ, ନିଷ୍ପେସିତ, ଖଟିକିଆ ମେହନତି, ସର୍ବହରା ତଥା ଦଳିତ ଆଦିବାସୀମାନଙ୍କର ସାଲିସ ବିହୀନ ରାଜନେତା ସାଥି କ୍ଷିତିଶ୍ ବିଶ୍ୱାଳଙ୍କ ବିୟୋଗରେ ସ୍ଥାନୀୟ ବାଲଗୋପାଳ ମନ୍ଦିର ସଭାକକ୍ଷ ପରିସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଅଧିବକ୍ତା ତଥା ବାମପନ୍ଥୀ ଆଦର୍ଶର ବର୍ସିଆନ୍ ନେତା ନିରାକାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ସିପିଆଇ(ଏମଏଲ) ଲିବରେସନ୍‌ର ବିପ୍ଳବୀ ନେତା ସମର ବଳଙ୍କ ଅବାହ୍ୱକତରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ସିପିଆଇଏମ ନେତା ଚନ୍ଦ୍ରଶେଖର ନାୟକ, ସିପିଆଇ ନେତା ଶୁଭେନ୍ଦର୍ର ପ୍ରତାପ ମହାନ୍ତି, ଏସୟୁସିଆଇ ନେତା ରାମଚନ୍ଦ୍ର ଶଙ୍ଖୁଆ, ବରିଷ୍ଠ ଅଧିବକ୍ତା ଗିରିଧର ନାଥ, ଶ୍ରମିକ ନେତା ଦିବ୍ୟସିଂହ ନାୟକ, ପ୍ରଫେସର ଅଟଳ ବିହାରି ନାୟକ, ନିରଞ୍ଜନ ପାଣି, ପ୍ରଫୁଲ୍ଲା ପାଢ଼ୀ, ପ୍ରଫୁଲ୍ଲ ନାୟକ, ଜୟନ୍ତୀ ବିଶ୍ୱାଳ, ଗାୟତ୍ରୀ ବେହେରା, ବିମ୍ବାଧର ବାରିକ, ରମେଶ ଜେନା, ପ୍ରହଲ୍ଲାଦ ପତି ପ୍ରମୁଖ ଯୋଗଦେଇ ବକ୍ତବ୍ୟରେ କହିଥିଲେ ଯେ ସାଥି ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, କ୍ଷେତ ମଜଦୁର କୃଷକ ନେତା ତଥା ନିତିନିଷ୍ଠ ସାହାସୀ ସ୍ନେହି ମଣିଷ ଥିଲେ।

ଜୀବନ ତମାମ୍ ତଥା ସାଧାରଣ ଗରିବ, ଖଟିକିଆ ଲୋକଙ୍କ ପାଇଁ ନିଜ ଜୀବନକୁ ଉତ୍ସଗୀକୃତ କରିଥିଲେ। ସରକାରୀ ଚାକିରୀରୁ ପ୍ରତାକ୍ଷାନ କରି ସାମାଜିକ ବ୍ୟବସ୍ଥାର ବୈପ୍ଳବୀକ ପରିବର୍ତ୍ତନ ଆଣିବା ପାଇଁ ବଜ୍ର ଶପଥ ନେଇ କମ୍ରେଡ୍ ନାଗଭୂଷଣ ପଟ୍ଟନାୟକଙ୍କ ସହ ମିଶି ଓଡ଼ିଶାରେ ସିପିଆଇ(ଏମଏଲ) ଲିବରେସନ୍ ପାର୍ଟି ପ୍ରତିଷ୍ଠା କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସମସ୍ତ ବାମପନ୍ଥୀମାନେ ଐକବଦ୍ଧ ଭାବରେ ସଂଗ୍ରାମ କରିବାକୁ ଦଳୀୟ ବାମପନ୍ଥୀ ସଂଗଠନମାନଙ୍କୁ ଆହ୍ୱାନ ଦେଉଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର ସେଠୀ, ନୃସିଂହ ଦାସ, କିଶୋର ଜେନା, ଆଶିଷ ନାଥ, ପୂର୍ଣ୍ଣଚନ୍ଦ୍ର ଦାସ, ଗୟାଧର ସେଣ, ଶାନ୍ତିଲତା ମାଝି, ପଣ୍ଡବ ଜେନା, ସଞ୍ଜୟ ଜେନା, ବିଜୟ ଜେନା, ପଦ୍ମାବତୀ ଖିଲାର, ଗୌରବ ମହାନ୍ତି, ମିଥୁନ ପାତ୍ର, ଆରତୀ ଜେନା, ପିତାମ୍ବର ଜେନା, ଫକୀର ମୋହନ ସେନାପତି, ଅର୍ଣ୍ଣପୂର୍ଣ୍ଣ ବାରିକ ପ୍ରମୁଖ ଶତାଧୀକ ଯୋଗ ଦେଇଥିଲେ। ପ୍ରମୁଖ ଯୋଗଦେଇ ସେହି ବପ୍ଳବୀ ନେତାଙ୍କର ୯୨ବର୍ଷରେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ଘଟିଥିଲା ଏବଂ ତାଙ୍କର ଯେଉଁଦିନ ବିୟୋଗ ହୋଇଥିଲା ସେଦିନ ଦଳଗତ ନିବିଶେଷରେ ହଜାର ହଜାର ଶୁଭେଚ୍ଛୁ ଶେଷ ଦର୍ଶନ କରିବା ସହିତ ଶେଷ ଦର୍ଶନ କରିଥିଲେ।