Odiapua.com

ମାଟିତଳେ ପୋତା ହୋଇଥିବା ସାଗୁଆନ କାଠ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

ନୟାଗଡ଼ ୧୬/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳରୁ କାଠ ଚୋରୀ କମିଥିବା ବେଳେ ଅସୁରକୁମାରୀ ଜଙ୍ଗଲରୁ କାଠ ଚୋରୀ ଏବେବି ଅବ୍ୟାହତ ରହିଛି। ଯାହାକୁ ନେଇ ବନ ବିଭାଗ ତତ୍ପରତା ପ୍ରକାଶ କରିଥିବା ଜଣାପଡ଼ିଛି। ରଣପୁର ବନାଂଚଳ ଭେରୁପଡା ବନରକ୍ଷୀ ରଞ୍ଜନା ପରିଡ଼ା ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଁ ଚଢାଉ କରିଥିଲେ। ମାଟିତଳେ ପୋତା ହୋଇଥିବା ସାଗୁଆନ କାଠ ଗଣ୍ଡିକୁ ଜବତ କରିଥିଲେ। ଏଥିସହ କାଠ ଚୋରୀ କରି ପୋତିଥିବା ଅଭିଯୋଗରେ ବଜ୍ରକୋଟ ଗ୍ରାମର ଗୋଲାପ ରଣସିଂ (୫୫) କୁ ଗିରଫ କରିଥିବା ଜଣାପଡିଛି।

ରଣପୁର ବନାଂଚଳ ଅଧିକାରୀ ସୁବ୍ରତ କୁମାର ବେହେରାଙ୍କ ସୂଚନା ଅନୁଯାଇ ଜବତ କାଠ ପ୍ରାୟ ୨୨ କ୍ୟୁବିକ୍ ଫୁଟ। ଯାହାର ଆନୁମାନିକ ମୁଲ୍ୟ ୧ ଲକ୍ଷ ୩୦ହଜାର ଟଙ୍କା ହେବ। ଅଭିଯୁକ୍ତ ରଖିଥିବା ଲାଇସେନ୍ସ ଯୁକ୍ତ ବନ୍ଧୁକରେ ଅଭିଯୁକ୍ତ ବନ୍ୟଯନ୍ତୁ ଶୀକାର କରିଥିବା ବନ ବିଭାଗ ନିକଟରେ ସ୍ୱୀକାର କରିଛି। ଅଭିଯୁକ୍ତ ନାମରେ ପୂର୍ବରୁ କାଠ ଚୋରୀ ମାମଲା ରହିଅଛି। ଅଭିଯୁକ୍ତ ଗୋଲାପକୁ ରଣପୁର ଅଦାଲତକୁ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।