Odiapua.com

ମା”ଙ୍କ ପାଇଁ ଉତ୍ସର୍ଗୀକୃତ କଳିଯୁଗର ଶ୍ରବଣକୁମାର !

ରାଉରକେଲା ୧୬-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ନିଜ ଜନନୀଙ୍କ ମନର ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କୁ ଧରି ସ୍କୁଟରରେ ଭାରତ ଭ୍ରମଣରେ ବାହାରିଛନ୍ତି ଜଣେ କଳିଯୁଗର ଶ୍ରବଣ କୁମାର। ତାଙ୍କ ପାଖରେ ନାହିଁ କୋଟି କୋଟି ଟଙ୍କାର ଅର୍ଥବଳ। ହେଲେ ମାଆଙ୍କୁ ବାଦ୍ଧକ୍ୟରେ ମୁହଁରେ ହସ ଫୁଟାଇବାକୁ ଶତଚେଷ୍ଟା ଜାରୀ ରଖିଛନ୍ତି। ଏହି ଭ୍ରମଣ ମଧ୍ୟରେ ସେ ବିଭିନ୍ନ ସ୍ଥାନ ବୁଲିବା ପରେ ଆସି ପହଂଚିଥିଲେ ରାଉରକେଲାରେ। ସେ ହେଉଛନ୍ତି ମହୀଶୁରର କ୍ରିଷ୍ଣା କୁମାର(୪୦)। ଗତକାଲି ସେ ରାଉରକେଲା ବେଦବ୍ୟାସ ଗୁରୁକୁଲ ଆଶ୍ରମରେ ଆସି ପହଂଚିଥିଲେ। ସେ ଆସିବାର ସମସ୍ତକାହାଣଈ ଆଶ୍ରମ କମୟକର୍ତ୍ତାଙ୍କୁ ଅବଗତ କରାଇବା ପରେ ଆଶ୍ରମ ପକ୍ଷରୁ ଉଭୟ ମାଆ ଓ ପୁଅଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। କ୍ରିଷ୍ଣା କୁମାରଙ୍କ ଅନୁଯାୟୀ, ୨୦୧୮ ଜାନୁଆରୀ ୧୬ରୁ ସେ ଓ ମାଆ ଚୁଡ଼ାରତ୍ନ ଭାରତ ଭ୍ରମଣରେ ବାହାରିଥିଲେ। ଏହି ମଧ୍ୟରେ ସେ ଦକ୍ଷିଣ ଭାରତର କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଗୋଆ, ପଣ୍ଡିଚେରୀ, ଛତିଶଗଡ଼, ଭ୍ରମଣ କରି ଓଡ଼ିଶାକୁ ପ୍ରବେଶ କରିଛନ୍ତି। ଏହି ଦିନ ମଧ୍ୟରେ ସେ ପ୍ରାୟ ୩୬ ହଜାର ୮୮୫ କିମି ଯାତ୍ରା ଶେଷ କରିଛନ୍ତି। କ୍ରିଷ୍ଣାଙ୍କ ମାଆ ଚୁଡ଼ାରତ୍ନ ବିବାହ ୂ ହେବା ପରେ ଗାଆଁ ବ୍ୟତରତ ଅନ୍ୟ କୌଣସି ସ୍ଥାନ ବୁଲିନ ଥିବା କହିଥିଲେ। ଏହା ଶୁଣି ମର୍ମାହିତ ହୋଇଥିଲେ କ୍ରିଷ୍ଣା। ସେଇ ଦିନ ଠାରୁ ସେ ଦୃଢ଼ପ୍ରତିଜ୍ଞା କରି ମାଆଙ୍କୁ ବୁଲାଇ ନେବା ଲାଗି ନିଷ୍ପତ୍ତି ନେଇଥିଲେ। ପ୍ରାୟ ୨୦ ବର୍ଷ ପୁର୍ବେ ଏକ ବଜାଜ ଚେତକ ଗାଡ଼ି( କେଏ-୯-ଏକ୍ସ-୬୧୪୩)ରେ ବୁଲିବା ଆରମ୍ଭ କରିଥିଲେ। ଏହି ସ୍କୁଟରାରେ ନିତ୍ୟବ୍ୟବହୃତ ସାମଗ୍ରୀ ସହ ବିଛଣା, ଲୁଗାପଟା, ପମ୍ପଆଦି ମଧ୍ୟ ବହନ କରୁଛି। ତେବେ ବିଶ୍ରାମ ନେୁଥିବା ସମୟରେ ସେ ମାଆଙ୍କ ସେବା କରି ଗୋଡ଼ ହାତ ମାଲିସ କରନ୍ତି। ତେଣୁ ବାର୍ଦ୍ଧକ୍ୟରେ ମଧ୍ୟ ଚୁଡ଼ାରତ୍ମ କେବେ ହାଲିଆ ହେଉ ନ ଥିବା କହିଛନ୍ତି। ମାର୍କେଟିଂରେ କ୍ୟାରିଅର କରୁଥିବା କ୍ରିଷ୍ଣା ଏହି ଭ୍ରମଣ ଯୋଗୁ ଚାକିରୀ ଛାଡ଼ି ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ମାଆଙ୍କ କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯାଇନାହିଁ। କ୍ରିଷ୍ଣା କୁମାର ଏହି ଯାତ୍ରାକୁ ମାତୃସେବା ସଂକଳ୍ପ ନାମରେ ନାମିତ କରିଛନ୍ତି। ଏହି ଭ୍ରମଣରେ ମନ୍ଦିର, ପର୍ଯ୍ୟଟନ ସ୍ଥଳୀ, ଦାର୍ଶନିକ ସ୍ଥାନ ଆଦି ବୁଲାଇଦେବା ଲାଗି ଚେଷ୍ଟା ଜାରୀ ରହିଛି।