ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ସମଗ୍ର ଭାରତବର୍ଷ ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଭଦ୍ରକର ଏକ ଶିକ୍ଷାନୁଷ୍ଠାନରେ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ପତାକା ଉତ୍ତୋଳନ କରିବା ସମୟରେ ହଠାତ୍ ଏକ ମାଙ୍କଡ ସେଠାରେ ପହଞ୍ôଚ ପାଖରେ ଥୁଆ ହୋଇଥିବା ଏକ ଜାତୀୟ ପତାକାକୁ ବାଡି ସହ ଉଠାଇ ନେଇ ପାଖରେ ଫୁଲକୁଣ୍ଡ ମଧ୍ୟରେ ପୋତି ଅଭିବାଦନ ଶୈଳୀରେ ଦୀର୍ଘ ସମୟ ବସିରହିବା ଘଟଣା ସମସ୍ତଙ୍କୁ ବିମୋହିତ କରିଥିଲା। ତେବେ ଯେତେବେଳେ ସମଗ୍ର ଦେଶ ୭୫ତମ ଆଜାଦି ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ମାଙ୍କଡ ହେଲେ ମଧ୍ୟ ମଣିଷର ପ୍ରତିରୂପ ଏହି ମାଙ୍କଡଟିର ଆଚରଣ ସମସ୍ତଙ୍କୁ ବିସ୍ମିତ କରିଥିଲା। ଯେଉଁ ଦୃଶ୍ୟକୁ ଦେଖିବା ପାଇଁ ସେଠାରେ କିଛି ସମୟ ଦେଖଣାହାରୀଙ୍କ ଭିଡ ଜମିଥିଲା।