Odiapua.com

ମାଙ୍କଡ ଗୋଡ଼ାଇବାରୁ ଛାତରୁ ଡେଇଁ ପଡିଲେ ଛାତ୍ର : ଭାଙ୍ଗିଲା ଗୋଡ଼

ପୁରୀ ୧୮-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁରୁତର ଆହତ ହୋଇଥିବା ଛାତ୍ର ଜଣକ ହେଉଛନ୍ତି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ବିଶାଳ କୁମାର। ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବିଶାଳଙ୍କୁ ତାଙ୍କ ସହଯୋଗୀମାନେ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ତାଙ୍କ ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି। ତେବେ କଲେଜରେ କ୍ଲାସ ସାରି ବିଶାଳ ରୁମକୁ ଯାଉଥିବା ସମୟରେ ତାଙ୍କୁ ମାଙ୍କଡ ଗୋଡ଼ାଇଥିଲା। ମାଙ୍କଡ କାମୁଡି ଦେବା ଭୟରେ କଲେଜର ପ୍ରଥମ ମହଲା ଛାତରୁ ବିଶାଳ ତଳକୁ ଡେଇଁ ପଡିଥିଲେ। ସେଠାରେ ଥିବା ଅନ୍ୟ ଛାତ୍ରମାନେ କଲେଜର ସୁପରିଟେଣ୍ଡେଣ୍ଟଙ୍କୁ ଜଣାଇଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ବିଶାଳଙ୍କୁ ସଙ୍ଗେ ସଙ୍ଗେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣା ବିଷୟରେ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଥିବା ଶ୍ରୀଜଗନ୍ନାଥ ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟ କହିଛନ୍ତି।