ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ଗ୍ରାମ ଖପୁରିଆପଦାସାହି ବଜରଙ୍ଗୀ ଯୁବକ ସଂଘ ପରିସରରେ ଆଜିମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ମୋତିଆବିନ୍ଦୁ ରୋଗୀ ଚିହ୍ନଟ କରାଯାଇଛି । ପୂଜ୍ୟ ଆଚାର୍ଯ୍ୟ ବଳରାମ ଦାସ ମହାରାଜଙ୍କ ଅନୁମୋଦନ ଓ ବରିଷ୍ଠ ନାମାଚାର୍ଯ୍ୟ ବନବିହାରୀ ଦାସଙ୍କ ପ୍ରେତ୍ସାହନରେ ଶ୍ରୀ ଶ୍ରୀ ଅଭିରାମ ଆଶ୍ରୀତ ପରିବାର ଓ ସ୍ଥାନୀୟ ବଜରଙ୍ଗୀ ସଂଘର ମିଳିତ ଆନୁକୂଲ୍ୟରେ ଯାଜପୁର ଜିଲ୍ଲା ଅଭିରାମ ଆଶ୍ରୀତ ପରିବାର ସଭାପତି ଆଦିତ୍ୟ ଦାସଙ୍କ ସଂଯୋଜନାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଜାରକା ଭୂମିକା ହସପିଟାଲ ଡାକ୍ତର ଅଭିକ୍ ଘୋଷ, ଷ୍ଟାଫ ନର୍ସ ପଲ୍ଲବୀ ଶତପଥି, ଅନୁସୂୟା ରାଉତ, କେନ୍ଦ୍ର ପରିଚାଳକ ଦେବେନ୍ଦ୍ର ସେଠୀ, ବାବୁ ଜେନା ପ୍ରମୁଖ ୪୬ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିବା ସହ ୧୨ ଜଣ ମୋତିଆବିନ୍ଦୁ ରୋଗୀ ଚିହ୍ନଟ କରିଥିଲେ । ଚିହ୍ନଟ ରୋଗୀମାନଙ୍କୁ ଭୂମିକା ହସପିଟାଲରେ ମାଗଣା ଅସ୍ତ୍ରୋପଚାର କରାଯିବକୁ ପଞ୍ଜିକରଣ କରାଯାଇଥିଲା । ଯାଜପୁର ଜିଲ୍ଲା ଅଭିରାମ ଆଶ୍ରୀତ ପରିବାର ସମ୍ପାଦକ ବଳରାମ ପରିଡା, ଉପସଭାପତି ବାସନ୍ତି ମହାପାତ୍ର ଓ ସମାଜସେବୀ ବିଶ୍ୱମ୍ଭର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ସ୍ଥାନୀୟ ସମାଜସେବୀଙ୍କୁ ଅଭିରାମ ଆଶ୍ରୀତ ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ଆଶ୍ରମ ସଦସ୍ୟ ରମେଶ ଧଳ, ସନ୍ୟାସୀ ସାହୁ, ବିଜୟ ରାଉତ, ମୁକୁନ୍ଦ ମଲ୍ଲିକ, ଶରତ ଚନ୍ଦ୍ର ଜେନା, ସୁଶାନ୍ତ ବରାଳ, କିଶୋର ମଲ୍ଲିକ, ଅଶୋକ ମଲ୍ଲିକ, ରବିନ୍ଦ୍ର ମଲ୍ଲିକ, ସରୋଜ ରାଉତ, ରତିକାନ୍ତ ମଲ୍ଲିକ, ଅନିଲ ଜେନା, ପଙ୍କଜ ରାଉତ, ଅଜୟ ପୁହାଣ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।