Odiapua.com

ମାଗଣା ଗ୍ୟାସ ଯୋଗାଇବା ନାଁ ରେ ଠକେଇ କରି ୨ ଯୁବକ ଗିରଫ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୦୭-ନୟାଗଡ ଜିଲ୍ଲା ରଣପୁର ଥାନା ଓ ଚାନ୍ଦପୁର ଥାନା ଅଂଚଳ ରେ ଉଜ୍ଜଳା ରନ୍ଧନ ଗ୍ୟାସ ଯୋଗାଣ ନାମ ରେ ଏକ ଠକେଇ ଦଳ ଲୋକଙ୍କୁ ଠକି ଆସୁଥିଲେ । ଏହି ଖବର ନେଇ ଚାନ୍ଦପୁର ଥାନା ନିରିକ୍ଷକ ରଶ୍ମୀ ରଞ୍ଜନ ଦାସ ଉପ ନିରିକ୍ଷକ ଅଞ୍ଜଳି ସା ,ସଞ୍ଜୟ ସାମନ୍ତରାୟ ଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ । ସେହି ଟିମ୍ ଚାନ୍ଦପୁର ଅଂଚଳ ରେ ଉଜ୍ଜଳା ରନ୍ଧନ ଗ୍ୟାସ ନାମରେ ଠକେଇ କରୁଥିବା ଦୁଇଜଣ ଯୁବକ ଙ୍କୁ ଗିରଫ କରିଥିଲେ । ଗିରଫ ହୋଇଥିବା ଦୁଇଜଣ ଯୁବକ ହେଉଛନ୍ତି । ରଣପୁର ଥାନା କଙ୍କିଆ ଗ୍ରାମର ରାକେଶ ମହାନ୍ତି ଓ ସିତେନ୍ଦ୍ର ପଟ୍ଟନାୟକ ।

ସେମାନଙ୍କ ଠାରୁ ୨୦ ଗୋଟି ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ ହୋଇଥିବା ବେଳେ ୧ ଶହ ରୁ ଉର୍ଦ୍ଧ ରନ୍ଧନ ଗ୍ୟାସ ସିଲିଣ୍ଡର ଠକେଇ କରିଥିବା ସୂଚନା ମିଳିଛି । ଏହି ଠକେଇ ରେ ଏକ ଦଳ କାମ କରୁଥିଲେ । ସେମାନେ ନିଜ କୁ ଭାରତ ଗ୍ୟାସ ଓ ଏଚ୍ ପି ଗ୍ୟାସ ର ଏଜେଣ୍ଟ ଭାବେ ପରିଚୟ ପତ୍ର ଦେଖାଉଥିଲେ । ରାସ୍ତା କଡରେ ଥିବା ଉଠା ଦୋକାନୀ ମାନଙ୍କୁ ସେମାନଙ୍କ ନାମରେ ଉଜ୍ଜଳା ଗ୍ୟାସ ଆସିଛି ମାଗଣା ରେ ଗ୍ୟାସ ମିଳିବ ୩ ହଜାର ୫ ଶହ ଟଙ୍କା ମିଳିବ କହି ଅଭିନବ ଉପାୟ ରେ ଠକେଇ କରିଚାଲିଥିଲେ । ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ପୋଲିସ ଠାରୁ ସୂଚନା ମିଳିଛି । ତେଣୁ ଜନସାଧାରଣ ଏଭଳି ଠକ ମାନଙ୍କ ଠାରୁ ଦୁରେଇ ରହିବା ପାଇଁ ପୋଲିସ ନିବେଦନ କରିଛି ।