Odiapua.com

ମାଗଣାରେ ଜରୁରୀ ଅତ୍ୟାବଶ୍ୟକୀୟ ରାସନ ସାମଗ୍ରୀ ବଣ୍ଟନ

ପୁରୀ ୨୨-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀକ୍ଷେତ୍ର ମାଟିରେ ଭି-ଆଇ-ପି ରୋଡ୍ ସ୍ଥିତ ଚନ୍ଦନ ହଜୁରୀ ପ୍ରତୀମୂର୍ତ୍ତି ନିକଟରେ ଏମ୍‌-ସି-କେ-ଏସ୍ ‘ଫୁଡ୍ ଫର୍ ହଂଗ୍ରୀ କ୍ୟାରିଂ ଆର୍ଟ ଇଣ୍ଡିଆ’ସହ ମିଳିତ ଭାବେ କଲିକତାର ଜଗତ କଲ୍ୟାଣ ପତ୍ରିକା ପରିବାର ପକ୍ଷରୁ ମାଗଣାରେ ଜରୁରୀ ଅତ୍ୟାବଶ୍ୟକୀୟ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ୧୫୦ ଟି ରାସନ ପ୍ୟାକେଟ୍‌ ମୁଖ୍ୟତଃ ଗରିବ ଲୋକ ଓ ସମାଜର ଦଳିତ ବୃଦ୍ଧ ଲୋକମାନଙ୍କୁ ଯୋଗାଇ ଦିଆଯାଇଥିଲା। ଏହି ରାସନ ପ୍ୟାକେଟ୍ ରେ ଚାଉଳ ୫ କିଲୋ, ଅଟା ୫କିଲୋ, ଚୂଡା ୩କିଲୋ, ଡାଲି ୧.୧/୫ କିଲୋ ଓ ସାବୁନ୍ ପ୍ରମୁଖ ଦିଆ ଯଇଥିଲା। ଚଳଚିତ୍ର ଅଭିନେତା ତଥା ଖୁଟିଂଆ ସେବକ ସମ୍ବୁନାଥ ଖୁଟିଂଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ ଚନ୍ଦନ ହଜୁରୀଙ୍କ ପ୍ରତିମୂର୍ତ୍ତିରେ ଦୀପଦାନ କରି ବଣ୍ଟନ କାର୍ଯ୍ୟକ୍ରମର ଶୁଭଆରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାମଦେବ ପୂଜାପଣ୍ଡା, ଅକ୍ଷୟ ମହାନ୍ତି, ରଞ୍ଜୀତ୍ ମହାନ୍ତି ଉପସ୍ଥିତ ରହି ଲୋକମାନେ କିପରି ସାମାଜିକ ଦୂରତା ରଖି କାର୍ଯ୍ୟ କରିବେ ସେ ଦିଗରେ ସଚେତନ କରାଯାଇଥିଲା।