ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ର ଅଗ୍ରଣୀ କମ୍ପୁଟର ଶିକ୍ଷା ଓ ସେବା ଯୋଗାଣ କାରି ସଂସ୍ଥା, ମାକ୍ରୋୱେବ ଟେକ୍ନୋଲୋଜି ରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଅଛି । ଏହି ଅବସରରେ ଦୁଇଜଣ ସଫଳ ମହିଳା ମଧରୁ ଭଦ୍ରକ ପରପାଳିକାର ପୌରାଧ୍ୟକ୍ଷା ଗୁଲମକୀ ଦଲୱାଜି ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ବନାନୀ ମହାନ୍ତି ଙ୍କୁ ଅନୁଷ୍ଠାନ ତରଫ ରୁ ସମ୍ମାନିତ କରାଯାଇଥିଲା । ଏହି ସଭାରେ ଅନୁଷ୍ଠାନ ର ନିର୍ଦ୍ଧଶିକା ନମ୍ରତା ରାୟ, ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ରାୟ ଓ ସୋଲାର ପ୍ରକଳ୍ପ ର ମୁଖ୍ୟ ସମରେନ୍ଦ୍ର କୁମାର ପୁହାଣ ସଭାକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ମହିଳା କର୍ମଚାରୀ ଙ୍କୁ ସାର୍ଟିଫିକେଟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନ ର ମହିଳା କର୍ମଚାରୀ ମାନଙ୍କ ଦ୍ୱାରା ମହିଳା ସଶକ୍ତିକରଣ ଉପରେ ବକ୍ତୃତା ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଶେଷରେ ଅନୁଷ୍ଠାନର ର ସୂଚନା ପ୍ରଯୁକ୍ତି ବିଭାଗର ପ୍ରଶିକ୍ଷକ ମୋନାଲିସା ପରିଡା ଧନ୍ୟବାଦ ଅର୍ପଣ କରିଥଲେ ।