Odiapua.com

ମାକ୍ରୋୱେବ୍ ଟେକ୍‌ନୋଲୋଜିରେ ସ୍ୱାଧୀନତା ଦିବସ ପାଳିତ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକର ଏକ ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଓ ଇ-ସେବା ଯୋଗାଣକାରୀ ସଂସ୍ଥା ମାକ୍ରୋୱେବ୍ ଟେକ୍‌ନୋଲୋଜିରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶମାôବୋଧକ ସଂଗୀତ, ବକ୍ତୃତା, ଏକକ ଅଭିନୟ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ବାହାନଗା ରେଳ ଦୁର୍ଘଟଣା ନିମନ୍ତେ ଏକମାସ ପୂର୍ବେ ହୋଇଥିବା ରକ୍ତଦାନ ଶିବିରରେ ସ୍ୱେଚ୍ଛାକୃତ ଭାବେ ଦେଇଥିବା ରକ୍ତଦାତାମାନଙ୍କୁ ରେଡକ୍ରସ୍ ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର ନିର୍ଦ୍ଦେଶିକା ନମ୍ରତା ରାୟ ପରିଚାଳନା କରିଥିଲେ ।