Odiapua.com

ମାକ୍ରୋୱେବ୍ ଟେକ୍‌ନୋଲୋଜିରେ ସ୍ୱାଧୀନତା ଦିବସ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକସ୍ଥିତ ଏକ ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷା ଓ ଇ-ସେବା ପ୍ରଦାନକାରୀ ମାକ୍ରୋୱେବ୍ ଟେକ୍‌ନୋଲୋଜି ସଂସ୍ଥାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ପରିଚାଳନା ନିର୍ଦ୍ଦେଶକ ମନୋଜ ରାୟ ପତାକା ଉତ୍ତୋଳନ କରିଥିଲେ। ନିର୍ଦ୍ଦୋକ ନମ୍ରତା ରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସୁଶ୍ରୀ ସରମିତା ମଲ୍ଲିକ, ସ୍ୱପ୍ନାରାଣୀ ରାଉତ, ଦିପନ୍ନା ଧଳ, ଶୁଭଶ୍ରୀ ବାରିକ, ଶୁଭସ୍ମିତା ମଲ୍ଲିକ, ଶୁଭସ୍ମିତା ମହାପାତ୍ର, ସୁଷମା ସୂତାର, ଶିବାନୀ ବଳ, ମୋନାଲିସା ପରିଡା, ରାମଚନ୍ଦ୍ର ମହାନ୍ତି, ରୁଦ୍ରନାରାୟଣ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅତିଥିମାନଙ୍କ ମଧ୍ୟରେ ଅଧ୍ୟାପକ ଡ. ଅରୁଣ କୁମାର ଲେଙ୍କା, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ପ୍ରମୁଖ ଯୋଗ ଦେଇଥିଲେ।